ଲୋକସଭା ସାଂସଦ ପଦରୁ ମହୁଆ ମୈତ୍ର ବହିଷ୍କୃତ

ଲୋକସଭା ସାଂସଦ ପଦରୁ ମହୁଆ ମୈତ୍ର ବହିଷ୍କୃତ । ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ସାଂସଦ ପଦରୁ ବହିଷ୍କୃତ ହୋଇଛନ୍ତି ଟିଏମସି ସାଂସଦ ମହୁଆ ମୈତ୍ର । ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ମହୁଆ ମୈତ୍ରଙ୍କୁ ବହିଷ୍କୃତ କରାଯାଇଛି । ମହୁଆଙ୍କ ସାଂସଦ ପଦ ରଦ୍ଦ କରିଛନ୍ତି ବାଚସ୍ପତି । ଏନଡିଏ ତରଫରୁ ମହୁଆଙ୍କୁ ବରିଷ୍କାର କରିବା ପାଇଁ ଆଗତ ପ୍ରସ୍ତାବ ଧ୍ୱନୀମତରେ ଲୋକସଭାରେ ଗୃହିତ ହୋଇଥିଲା । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ସହିତ ଲୋକସଭାରେ ଏଥିକ୍ସ କମିଟି ରିପୋର୍ଟ ପେସ କରାଯାଇଥିଲା ।

ଏଥିକ୍ସ କମିଟିର ରିପୋର୍ଟରେ ମହୁଆଙ୍କ ବିରୋଧରେ ଥିବା ଅଭିଯୋଗ ସାଂଘାତିକ ବୋଲି କୁହାଯାଇଥିଲା ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା । ଏପରିକି ତାଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ କରିଥିଲା । ଯାହାକୁ ନେଇ ଲୋକସଭାରେ ଚର୍ଚ୍ଚା ହୋଇଥିଲା । ବିରୋଧୀ ସାଂସଦ ମହୁଆଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ ବୋଲି ଦାବି କରିଥିଲେ ମଧ୍ୟ ବାଚସ୍ପତି ଏହାକୁ ଗ୍ରହଣ କରିନଥିଲେ । ଏହି କାର୍ଯ୍ୟାନୁଷ୍ଠାନ ପରେ ବାଚସ୍ପତି କହିଛନ୍ତି, ମହୁଆ ମୋଇତ୍ରଙ୍କ ଆଚରଣ ଅନୈତିକ । ତେଣୁ ସେ ସଂସଦରେ ରହିବା ଉଚିତ୍ ନୁହେଁ ବୋଲି କହିଥିଲେ ବାଚସ୍ପତି ।

ଅନ୍ୟପକ୍ଷରେ ମହୁଆ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଧେଶ୍ୟପ୍ରଣୋଦିତ ବୋଲି କହିଛନ୍ତି । ଲୋକସଭାରୁ ବହିଷ୍କୃତ ହେବା ପରେ ମହୁଆ ନିଜ ସାଥି ସାଂସଦଙ୍କ ସହିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବିକ୍ଷୋଭ କରିଥିଲେ । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ମଧ୍ଯ ତାଙ୍କ ସହିତ ଏହି ସମୟରେ ଥିଲେ ।

Related Articles

Back to top button