ମହୁଆ ମୈତ୍ରଙ୍କୁ ସଂସଦର ଏଥିକ୍ସ କମିଟି ପଠାଇଲା ସମନ୍‌

କେସ୍‌ ଫର୍‌ କ୍ବରୀ ମାମଲାରେ ଟ୍ଏମସି ସାଂସଦ ମହୁଆ ମୈତ୍ରଙ୍କ ବଢିଲା ଅଡୁଆ । ସଂସଦର ଏଥିକ୍ସ କମିଟି ମହୁଆଙ୍କୁ ଅକ୍ଟୋବର ୩୧ରେ ହାଜର ହେବାକୁ ସମନ୍‌ ଜାରି କରିଛନ୍ତି । କମିଟି ଅଧ୍ୟକ୍ଷ ବିନୋଦ ସୋନକର କହିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରଇକୁ ପଚରାଉଚୁରା କରାଯାଇଛି । ଏହି ମାମଲାକୁ ଗୁରୁତର ସହ ନେଇ କମିଟି ମହୁଆଙ୍କୁ ଜେରା କରିବା ପାଇଁ ନିଷ୍ପତ୍ତି ନେଇଛି ।

ଟିଏମସି ସାଂସଦ ମହୁଆଙ୍କ ବିରୋଧରେ ଥିବା ଅଭିଯୋଗର ଯାଞ୍ଚ ପାଇଁ ଏକ କମିଟି ଗଠନ କରିବାକୁ ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ଅଧ୍ୟକ୍ଷ ଓମ ବିରଲାଙ୍କୁ ଚିଠି ଲେଖିଥିଲେ । ମହୁଆଙ୍କୁ ନିଲମ୍ବନ କରିବା ପାଇଁ ସେ ଅଧ୍ୟକ୍ଷଙ୍କୁ ସୁପାରିଶ କରିଥିଲେ । ବିଜେପି ସାଂସଦ କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ସାଂସଦ କାଳରେ ମହୁଆ ଯେଉଁ ୬୧ଟି ପ୍ରଶ୍ନ ପଚାରିଛନ୍ତି ସେଥିରୁ ୫୦ଟି ପ୍ରଶ୍ନ ଅଦାନୀ ଗ୍ରୁପ ଉପରେ ଫୋକସ ଥିଲା । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ବ୍ୟବସାୟିକ ଲାଭକୁ ଧ୍ୟାନ ରଖି ସେ ଅପରାଧିକ ଷଡଯନ୍ତ୍ର ରଚିଛନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ । ଏହି ପୁରା ପ୍ରକ୍ରିୟା ୧୨ ଡିସେମ୍ବର ୨୦୦୫ର କେସ ଫର କ୍ବରି କଥା ମନେ ପକାଇ ଦେଉଛି ।

ସେହିପରି ବିଜେପି ସାଂସଦ ନିଶିକାନ୍ତ ଦୁବେ ଏନେଇ ସବୁ ପ୍ରମାଣପତ୍ର ଓକିଲ ଜୟ ଅନନ୍ତ ଦେହାଦ୍ରଇଙ୍କୁ ଦେଇଥିବା କହିଛନ୍ତି । ସେ ଦାବି କରିଛନ୍ତି ଯେ ମହୁଆ ଓ ବ୍ୟବସାୟୀ ଦର୍ଶନଙ୍କ ମଧ୍ୟରେ ଲାଞ୍ଚ କାରବାର ହୋଇଛି । କିନ୍ତୁ ମହୁଆ ଏହି ଅଭିଯୋଗକୁ ଖଣ୍ଡନ କରି ନିଶିକାନ୍ତ ଦୁବେ ଓ ଅନନ୍ତ ଦେହାଦ୍ରଇଙ୍କୁ ନୋଟିସ ପଠାଇଥିଲେ । ମହୁଆ କହିଛନ୍ତି ଏଭଳି ଅଭିଯୋଗ ମିଥ୍ୟା ଓ ଅପମାନଜନକ ଯାହାର କୌଣସି ପ୍ରମାଣ ନାହିଁ ।

Related Articles

Back to top button