
ଜୟପ୍ରକାଶ ନାରାୟଣ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ
ବିହାରର ରାଜଧାନୀ ପାଟନା ସ୍ଥିତ ଜୟପ୍ରକାଶ ନାରାୟଣ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ । ବିମାନବନ୍ଦରର ପୁରୁଣା ଟର୍ମିନାଲ ବିଲିଡିଂରେ ଚାଲିଥିବା ଭାଙ୍ଗିବା ପ୍ରକ୍ରିୟା ସମୟରେ ଓ୍ଵେଲଡିଂ କାମ ଚାଲୁଥିବା ବେଳେ ସ୍ପାର୍କ ଯୋଗୁଁ ନିଆଁ ଲାଗିଯାଇଥିଲା । ଏୟାରପୋର୍ଟରେ ଥିବା ଅଗ୍ନିଶମ ଟିମ୍ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନହାନି କିମ୍ବା ବଡ଼ ଧରଣର କ୍ଷୟକ୍ଷତିର ସୂଚନା ମିଳିନାହିଁ।ପାଟନା ବିମାନବନ୍ଦରରେ ନୂଆ ଟର୍ମିନାଲ ନିର୍ମାଣର ଯୋଜନା ଅଧୀନରେ ପୁରୁଣା ଟର୍ମିନାଲ ବିଲିଡିଂକୁ ଭାଙ୍ଗିବା ପାଇଁ କାର୍ଯ୍ୟ ଚାଲିଛି । ଏହି ପ୍ରକ୍ରିୟାରେ ଓ୍ଵେଲଡିଂ କାମ ଚାଲୁଥିବା ସମୟରେ ସ୍ପାର୍କ ସୃଷ୍ଟି ହୋଇ ନିଆଁ ଲାଗିଯାଇଥିଲା ।
ତେବେ ନିଆଁ ପୁରୁଣା ଟର୍ମିନାଲ ବିଲିଡିଂରେ ଲାଗିଥିଲା । ଯାହା ବର୍ତ୍ତମାନ ବ୍ୟବହାରରେ ନାହିଁ । ଏହି ବିଲିଡିଂଟି ବିମାନବନ୍ଦରର ଆଧୁନିକୀକରଣ ଯୋଜନାର ଅଂଶବିଶେଷ ଭାବେ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଛି ।ଏହି ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି । ବିମାନବନ୍ଦର କର୍ତ୍ତୃପକ୍ଷ ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ଭବିଷ୍ୟତରେ ଏଭଳି ଦୁର୍ଘଟଣା ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅଗ୍ନିକାଣ୍ଡ ସତ୍ତ୍ୱେ ପଟନା ବିମାନବନ୍ଦରରେ ଯାତ୍ରୀ ସେବା ଏବଂ ବିମାନ ଚଳାଚଳ ସାଧାରଣ ଭାବେ ଚାଲିଛି ।