
ଜଲଗାଁଓ ଜିଲାରେ ବଡ ଧରଣର ଟ୍ରେନ୍ ଦୁର୍ଘଟଣା : ୮ ମୃତ
ମହାରାଷ୍ଟ୍ରର ଜଲଗାଁଓ ଜିଲାରେ ବଡ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ପୁଷ୍ପକ ଏକ୍ସପ୍ରେସର କିଛି ଯାତ୍ରୀଙ୍କୁ କର୍ଣ୍ଣାଟକ ଏକ୍ସପ୍ରେସ ଧକ୍କା ଦେବାରୁ ୮ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ପୁଷ୍ପକ ଏକ୍ସପ୍ରେସରେ ଟ୍ରେନରେ ଅଚାନକ ନିଆଁ ଲାଗିବା ଗୁଜବ ସାମ୍ନାକୁ ଆସିଥିଲା । ନିଆଁ ଲାଗିବା ଗୁଜବ ପରେ ଅନେକ ଯାତ୍ରୀ ଜୀବନ ବଞ୍ଚାଇବା ପାଇଁ ଚଳନ୍ତା ଟ୍ରେନରୁ ଡେଇଁ ପଡିଥିଲେ । ଏହି ସମୟରେ ପାଖ ଟ୍ରାକରେ ଯାଉଥିବା କର୍ଣ୍ଣାଟକ ଏକ୍ସପ୍ରେସ ୮ ଯାତ୍ରୀଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହେବା ସହିତ ଅନେକ ଆହତ ହୋଇଛ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।