ବିବାଦୀୟ ଖବର ପ୍ରସାରଣ ଅଭିଯୋଗରେ ନ୍ୟୁଜ୍ ୱେବ୍‌ସାଇଟ୍ ‘ଦି ୱେୟାର’ ବିରୋଧରେ ଅପରାଧିକ ମାମଲା

ନୂଆଦିଲ୍ଲୀ: ବିବାଦୀୟ ଖବର ପ୍ରସାରଣ ଅଭିଯୋଗରେ ନ୍ୟୁଜ୍ ୱେବ୍‌ସାଇଟ୍‌ ବିରୋଧରେ ଥାନାରେ ମାମଲା। ଦିଲ୍ଲୀ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କଲେ କେସ୍। ମେଟା ଷ୍ଟୋରିଜ୍ କୁନେଇ ହୋଇଥିବା ଏକ ଖବର ଉପରେ ଅଭିଯୋଗ ଆଣି ନ୍ୟୁଜ୍ ୱେବ୍‌ସାଇଟ୍ ଦି ୱେୟାର (The Wire) ଓ ଏହାର ବରିଷ୍ଠ ସମ୍ପାଦକଙ୍କ ବିରୋଧରେ ଅପରାଧିକ ମାମଲା କଲେ ବିଜେପି ନେତା ଅମିତ ମାଲବ୍ୟ।

ଭ୍ରମାତ୍ମକ ତଥ୍ୟ ଦେଇ ‘ଦି ୱେୟାର’ ନ୍ୟୁଜ୍ ୱେବ୍‌ସାଇଟ ମାଲବ୍ୟଙ୍କ ଛବି ମଳିନ କରିବାକୁ ଚେଷ୍ଟା କରିଥିବା ଗତକାଲି ଅଭିଯୋଗ କରିଥିଲେ ଅମିତ। ୱେବ୍‌ସାଇଟ୍ ବିରୋଧରେ ଏନେଇ ମାମଲା କରିବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ।

ସୂଚନା ଅନୁସାରେ, ଅକ୍ଟୋବର ୧୦ ତାରିଖରେ ଫେସବୁକ୍ ଇନ୍‌ଷ୍ଟାର ମୁଳ କମ୍ପାନୀ ‘ମେଟା’ ବିଜେପି ଆଇଟି ମୁଖ୍ୟ ଅମିତଙ୍କୁ ସ୍ୱତନ୍ତ୍ର ଅଧିକାର ଦେଇଥିବା ଅଭିଯୋଗ କରି ୪ ଟି ଆର୍ଟିକଲ ପ୍ରକାଶ କରିଥିଲେ। ପ୍ରଥମ ଆର୍ଟିକିଲ୍‌ରେ ଏହା ଦର୍ଶାଯାଇଥିଲା ଯେ ଯେଉଁ ପୋଷ୍ଟରେ ମାଲବ୍ୟଙ୍କ ଆପତ୍ତି ରହିଛି ସେ ଚାହିଁଲେ ସେଇ ପୋଷ୍ଟ ଉଡ଼ାଇ ଦେଇପାରିବେ। ମେଟା କମ୍ପାନୀ ତାଙ୍କୁ ଏହି ସ୍ୱତନ୍ତ୍ର ଅଧିକାର ଦେଇଛି ବୋଲି ଆର୍ଟିକଲ୍‌ରେ ଦାବି କରାଯାଇଥିଲା।

ଯାହାକୁ ମେଟା କମ୍ପାନୀ ପକ୍ଷରୁ ଖଣ୍ଡନ କରାଯାଇଥିଲା। ଏହା କପଳୋକଳ୍ପିତ ବୋଲି କହିଥିଲା କମ୍ପାନୀ। ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ଆଧାର କରି ଏହି ଲେଖା ପ୍ରକାଶ କରାଯାଇଥିଲା। ହେଲେ ପରେ ଏହି ୪ଟି ଆର୍ଟିକିଲକୁ ସାଇଟରୁ ହଟାଇ ଦିଆଯାଇଛି।

ଦିଲ୍ଲୀ ପୁଲିସ ଷ୍ଟେସନରେ ହୋଇଥିବା ଅଭିଯୋଗ ଅନୁସାରେ, ନ୍ୟୁଜ୍ ୱେବସାଇଟ ଭ୍ରମାତ୍ମକ ତଥ୍ୟ ଦେଇ ତାଙ୍କ ଛବି ମଳିନ କରିବାକୁ ଚେଷ୍ଟା କରିଛି ଶ୍ରୀ ମାଲବ୍ୟ ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ନ୍ୟୁଜ୍ ୱେବସାଇଟ ‘ଦି ୱେୟାର’ର ସଂସ୍ଥାପକ ସମ୍ପାଦକ ସିଦ୍ଧାର୍ଥ ବରଦରାଜନ, ସିଦ୍ଧାର୍ଥ ଭାଟିଆ, ଏମ୍‌କେ ବେଣୁ ଓ ଡେପୁଟି ଏଡିଟର ଜାନଭୀ ସେନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସେ ଥାନାରେ ଅଭିଯୋଗ କରିଛନ୍ତି।

The Wire ଏହି ରିପୋର୍ଟର ସତ୍ୟତା ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା। ଏସବୁ ସତ୍ତ୍ୱେ ବି ନ୍ୟୁଜ୍ ୱେବ୍‌ସାଇଟ ନିଜ ରିପୋର୍ଟକୁ ସଠିକ୍ ବୋଲି ଦର୍ଶାଇ ତାର ଆଭିମୁଖ୍ୟ ସ୍ପଷ୍ଟ କରିଥଲା। ହେଲେ ମେଟା କମ୍ପାନୀ ପକ୍ଷରୁ ରିପୋର୍ଟ ବିରୋଧରେ ବିବୃତ୍ତି ଜାରି ହୋଇଥିଲା। ଏହ ସମ୍ପୂର୍ଣ୍ଣ ମନଗଢା ବୋଲି କମ୍ପାନୀ କହିବା ପରେ ବାଧ୍ୟ ହୋଇ ୪ଟି ଯାକ ଆର୍ଟିକଲକୁ ହଟାଇ ଦେଇଥିଲା ‘ଦି ୱେୟାର’ ଖବର ୱେବ୍‌ସାଇଟ୍।

Related Articles

Back to top button