ଲୋକଙ୍କ ପାଇଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି ମମତା ବାନାର୍ଜୀ

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ତାଙ୍କୁ ପଦ ପାଇଁ କୌଣସି ଲୋଭ ନାହିଁ। ସେ ଲୋକଙ୍କ ପାଇଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି। ମମତା ବାନାର୍ଜୀ ଗୁରୁବାର ସଂଧ୍ୟାରେ ଆନ୍ଦୋଳନ ଜାରି ରଖିଥିବା ଜୁନିଅର ଡାକ୍ତରଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ। ଏହି ସମୟରେ ଡାକ୍ତର ମିଟିଂର ଲାଇଭ ଷ୍ଟ୍ରିମିଙ୍ଗର ଦାବି କରୁଛନ୍ତି, ହେଲେ ମାମଲା ସୁପ୍ରିମକୋର୍ଟରେ ହେବା କାରଣରୁ ସମ୍ଭବ ନଥିଲା। ଏଥିରେ ଜୁନିଅର ଡାକ୍ତର ମମତାଙ୍କୁ ଭେଟିବାକୁ ଆସିନଥିଲେ। ଏହି ମିଟିଂ ଫେଲ ହେବାପରେ ମମତା ବାନାର୍ଜୀ ନିଜ ଇସ୍ତଫା କଥା କହିଥିଲୁ। ସେମାନେ କହିଛନ୍ତି ଯେ, ସେମାନେ ଆରଜି କର ମେଡିକାଲ କଲେଜର ଡାକ୍ତରଙ୍କୁ କରାଯାଇଥିବା ହତ୍ୟାର ନ୍ୟାୟ ଚାହୁଁଛନ୍ତି।

Related Articles

Back to top button