ରାଜୁ ଶ୍ରୀବାସ୍ତବଙ୍କ ସହିତ ସେଲଫି ନେବାକୁ ଏମସ୍‌ ଆଇସିୟୁରେ ପଶିଲେ ବ୍ୟକ୍ତି: କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ରାଜୁ ଶ୍ରୀବାସ୍ତବ ହୃଦଘାତରେ ଆକ୍ରନ୍ତ ହେବା ଏବେ ଏମସ୍‌ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ନିକଟ ଅତୀତରେ ଅନେକ ଗୁଜବ ପ୍ରଚାରିତ ହେଉଥିଲା। ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଖବର ଅନୁସାରେ ଜଣେ ଅଜଣା ବ୍ୟକ୍ତି ଆଇସିୟୁରେ ପଶି ତାଙ୍କ ସହିତ ସେଲ୍ଫି  ନେଉଥିଲେ। ସେଠାରେ ଥିବା ସୁରକ୍ଷାକର୍ମୀ ଏହା ଦେଖିବା ପରେ ତାଙ୍କୁ ସେଠାରୁ ବାହାର କରା ଯାଇଥିଲା। ଏହି ଘଟଣା ପରେ ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ବୋଲି କୁହାଯାଇଛି। କିନ୍ତୁ ରାଜୁଙ୍କର ସୁରକ୍ଷାକୁ ନେଇ ଏବେ ତାଙ୍କ ପରିବାର ଲୋକ ଚିନ୍ତିତ ଅଛନ୍ତି।

୧୦ ଦିନରୁ ଅଧିକ ଦିନ ହେବ ରାଜୁ ଆଇସିୟୁରେ ଅଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ବନ୍ଧୁ ପରିଜନ ଓ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ସୂଚନାଥାଉକି, ସଂକ୍ରମଣରୁ ରକ୍ଷା କରିବା ପାଇଁ ରାଜୁଙ୍କ ପାଖକୁ ଆଇସିୟୁ ଭିତରକୁ କାହାରିକୁ ଛଡ଼ା ଯାଉନାହିଁ। କିନ୍ତୁ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ଜଣେ ଅଜଣା ବ୍ୟକ୍ତି ରାଜୁ ଥିବା ଆଇସିୟୁ ଚେମ୍ୱରକୁ ଯାଇ ତାଙ୍କ ସହିତ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା। ସେଠାରେ ଥିବା ସୁରକ୍ଷା କର୍ମୀ ଏହା ଦେଖିବାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସେଠାରୁ ବାହାର କରିଦେଇଥିଲେ। ଏହାପରେ ଆଇସିୟୁ ବାହାରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ରାଜୁଙ୍କ ସୁସ୍ଥତା ପାଇଁ ତାଙ୍କ ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି। ଏହା ମଧ୍ୟରେ ନିକଟ ଅତୀତରେ ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନଥିବା ସୂଚନା ମିଳିଥିଲା। ତାଙ୍କର ହେଲଥ୍‌ ଅପ୍‌ଡେଟ୍‌କୁ ନେଇ ଏକ ରିପୋର୍ଟରେ କୁହାଯାଇଛି ଯେ ସ୍ନାୟବିକ (ନ୍ୟୁରୋଲୋଜି) ଚିକିତ୍ସା ପାଇଁ କୋଲକାତାରୁ ଜଣେ ଚିକିତ୍ସକଙ୍କୁ ଡକାଯାଇଛି। ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ରବିବାର ତାଙ୍କ ସାଙ୍ଗ ଶେଖର ସୁମନ ଅପ୍‌ଡେଟ୍ ଦେଇଛନ୍ତି। ରାଜୁଙ୍କ ପରିବାର ସହିତ କଥା ହେବା ପରେ ସେ କହିଛନ୍ତି ଯେ, ରାଜୁଙ୍କ ଅଙ୍ଗ ପ୍ରତ୍ୟଙ୍ଗ ସ୍ୱାଭାବିକ ଭାବେ କାମ କରୁଛି। କିନ୍ତୁ ସେ ଏବେ ଅଚେତ ଅବସ୍ଥାରେ  ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧିରେ ଧିରେ ସୁଧାର ଆସୁଛି ବୋଲି ଡାକ୍ତରମାନେ କହିଛନ୍ତି।

Related Articles

Back to top button