ଯାଆଁଳା ଭଉଣୀକୁ ବିବାହ କରି ଅଡ଼ୁଆରେ ବର, ଧାରା ୪୯୪ରେ ମାମଲା ରୁଜୁ
ନୂଆଦିଲ୍ଲୀ : ଯୁବକଙ୍କୁ ମହଙ୍ଗା ପଡ଼ିଲା ଯାଆଁଳା ଭଉଣୀକୁ ବାହାହେବା । ମହାରାଷ୍ଟ୍ର ସୋଲାପୁରରେ ହୋଇଥିବା ବିବାହ ବେଳର ଭିଡିଓ ଭାଇରାଲ ଘଟଣା । ଦୁଇ ଯାଆଁଳା ଭଉଣୀ ଜଣେ ଯୁବକଙ୍କୁ ଜୀବନସାଥୀ ଭାବେ ବାଛି ବିବାହ କରିଥିବା ଦେଖିବାକୁ ମିଳିଥିଲା। ତେବେ ଏହି ବିବାହକୁ ନେଇ ଉଭୟ ବର ଓ କନ୍ୟା ପକ୍ଷ ଖୁସି ଥିବା ବେଳେ ପୁଲିସ ଏହି ଘଟଣାକୁ ନେଇ ମାମଲା ରୁଜୁ କରିଛି । ଅକଲଜ ପୁଲିସ ଥାନା ବର ବିରୋଧରେ ଧାରା ୪୯୪ରେ ମାମଲା ରୁଜୁ କରିଛନ୍ତି।
ଏହି ଧାରା ଅନୁଯାୟୀ, ସ୍ବାମୀ-ସ୍ତ୍ରୀ ଜୀବିତ ଥିବା ଅବସ୍ଥାରେ କେହି ବି ଅନ୍ୟ ଜଣଙ୍କୁ ବିବାହ କରି ପାରିବେ ନାହିଁ। ଏଭଳି ସ୍ଥିତିରେ ବିବାହ କରିବା ବେଆଇନ ବୋଲି କହିଛି ପୋଲିସ । ହିନ୍ଦୁ ପ୍ରଥାରେ ନାହିଁ ଦୁଇ ଜଣ ମହିଳାଙ୍କୁ ଏକାଠି ବିବାହ କରିବା । ତେବେ ଦୁଇଜଣ ମହିଳାଙ୍କୁ ବିବାହ କଲେ ୭ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହିତ ଜରିମାନା ବି ରହିଛି ।
ସୂଚନା ଅନୁଯାୟୀ, ଦୁଇ ଯାଆଁଳା ଭଉଣୀ ପିଙ୍କି ରିଙ୍କି ପେଶାରେ ଆଇଟି ଇଞ୍ଜିନିୟର । ସେ ସବୁବେଳେ ସାଥି ହୋଇ ସବୁ କାମ କରିନ୍ତି ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି ଏପରି ସ୍ଥିତିରେ ଉଭୟଙ୍କର ଅତୁଲ ପସନ୍ଦ ହୋଇଯାଇଥିଲେ । ଆଉ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ବାସ୍ତବରେ ମଧ୍ୟ ଗୋଟିଏ ବେଦୀରେ ୩ ଜଣ ବିବାହ କରିଥିଲେ । ଯାହାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ବିବାହକୁ ନେଇ ସମସ୍ତେ ବହୁତ ଖୁସି ଥିବା ବେଳେ ପୋଲିସ ଆଇଟି ଇଞ୍ଜିନିୟର ଅତୁଲଙ୍କ ଉପରେ ମାମଲା ରୁଜୁ କରିଛି ।