ଦିଲ୍ଲୀରେ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ, ବଢ଼ିଲା ଦେଶର ମୋଟ ସଂକ୍ରମିତ ସଂଖ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପିଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରୀ ନାହିଁ। ଉକ୍ତ ବ୍ୟକ୍ତିଙ୍କୁ ଦିଲ୍ଲୀର ମୌଲାନା ଆଜାଦ ମେଡିକାଲ କଲେଜରେ ଆଡମିସନ କରାଯାଇଛି। ଏହି ଘଟଣାକୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି।

ଦିଲ୍ଲୀରେ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ନିକଟରେ ହିମାଚଳ ପ୍ରଦେଶ ମନାଲୀରେ ଏକ ବେଚ୍‌ଲର ପାର୍ଟିରେ ଯୋଗ ଦେଇ ଫେରିଥିଲେ। ଏହାପରେ ଜ୍ୱର ଓ ଚର୍ମରେ ସଂକ୍ରମଣ ହେବାରୁ ତାଙ୍କୁ ତିନି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କ ସାମ୍ପଲକୁ ଶନିବାର ନ୍ୟାସ୍‌ନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜୀ(NIV) ପୁଣେକୁ ପଠାଯାଇଥିଲା। ଏଠାରେ ପରୀକ୍ଷା କରିବା ପରେ ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Related Articles

Back to top button