ଦିଲ୍ଲୀର ଡେପୁଟି ସିଏମ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ପୁଣି ସିବିଆଇର ଚଢାଉ

ନୂଆଦିଲ୍ଲୀ : ଦିଲ୍ଲୀର ଡେପୁଟି ସିଏମ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ଆଜି ସିବିଆଇ ରେଡ୍‌ ହୋଇଛି। ନିଜେ ମନୀଷ ସିସୋଦିଆ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି।  ସେ କହିଛନ୍ତି ଯେ, ସିବିଆଇ ଆଜି ପୁଣି ରେ ମୋ ଅଫିସ୍‌ରେ ରେଡ୍ କରିଛି। ମୁଁ ସେମାନଙ୍କୁ ସ୍ୱାଗତ କରୁଛି। ସେମାନେ ମୋ ଅଫିସିରେ ଛାନଭିନ୍‌ କରିବା ସହ ମୋ ଲକର ମଧ୍ୟ ସର୍ଚ୍ଚ କରଇଚନ୍ତି। ଏମିତିକି ସେମାନେ ମୋ ଗାଁରେ ମଧ୍ୟ ତଦନ୍ତ କରିଛନ୍ତି। ପ୍ରଥମ ଚଢାଉ ବେଳେ ସିବିଆଇକୁ କିଛି ମିଳି ନଥିଲା ଓ ଏବେ ବି କିଛି ମିଳିବ ନାହିଁ ବୋଲି ମଧ୍ୟ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଦିଲ୍ଲୀରେ ୧୦ ହଜାର କୋଟି ଟଙ୍କାର ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ସିବିଆଇ ଆଗରୁ ଥରେ ଜେରା କରିଛି। ପୂର୍ବରୁ ଏହି ମାମଲାରେ ତିନି ଜଣ ଗିରଫ ମଧ୍ୟ ହୋଇସାରିଛନ୍ତି।ଏହି ବହୁଚର୍ଚ୍ଚିତ ମାମଲାରେ ଉଭୟ ସିବିଆଇ ଏବଂ ଇଡି ତଦନ୍ତ କରୁଛନ୍ତି। ତଦନ୍ତକାରୀ ସଂସ୍ଥା ଦେଶର ବିଭିନ୍ନ ସ୍ଥାନରେ ରେଡ୍ ମଧ୍ୟ କରିଛି। ଦିଲ୍ଲୀ ଉପରାଜ୍ୟପାଳ ଏହି ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀର ଉପରାଜ୍ୟପାଳଙ୍କ ସୁପାରିସକ୍ରମେ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ୱ ‘ସିବିଆଇ’କୁ ହସ୍ତାନ୍ତର କରାଯାଇଥିଲା। ଆର୍ଥିକ ଦୁର୍ନୀତି ହୋଇଥିବାରୁ ‘ସିବିଆଇ’ ନିର୍ଦେଶକ୍ରମେ ପ୍ରବର୍ତ୍ତନ ନିର୍ଦେଶାଳୟ ଉପରୋକ୍ତ ମାମଲାରେ ଚଢ଼ଉ ଅଭିଯାନ ଓ ଗିରଫଦାରି ଜାରି ରଖିଛି।

ସିବିଆଇ ଚଢାଉକୁ ନେଇ ସିସୋଦିଆ ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଦାବି କରିଛନ୍ତି ଯେ ଆଜି ପୁଣି ସିବିଆଇ ତରଫରୁ ତାଙ୍କ କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଛି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି, ସିବିଆଇ ଯେତେ ସ୍ଥାନରେ ଚଢାଉ କଲେ ମଧ୍ୟ କିଛି ମିଳିବ ନାହିଁ, କାରଣ ମୋର କିଛି ଭୁଲ ନାହିଁ, ମୁଁ ଦିଲ୍ଲୀର ପିଲାମାନଙ୍କ ଶିକ୍ଷାପାଇଁ କାମ କରୁଛି । ସେପଟେ ସିସୋଦିଆଙ୍କ ଏହି ଟ୍ୱିଟର ଜବାବ ରଖିଛି ସିବିଆଇ । ସିବିଆଇ ତରଫରୁ କୁହାଯାଇଛି କି, ସିସୋଦିଆଙ୍କ କାର୍ଯ୍ୟାଳୟ ଉପରେ ଆଜି କୌଣସି ଚଢାଉ କରାଯାଇନାହିଁ ।

Related Articles

Back to top button