![](https://abhigam.com/wp-content/uploads/2025/02/IMG_20250205_212807.jpg)
ବହୁମତ ସହ ଦିଲ୍ଲୀରେ ସରକାର ଗଢିପାରେ ବିଜେପି !
ବୁଧବାର ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟଗ୍ରହଣ ପରେ ବୁଥବାହୁଡ଼ା ମତକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା। ଏକଜିଟ ପୋଲ କରିଥିବା ଅନେକ ସଂସ୍ଥା ବିଜେପିକୁ ବହୁମତ ମିଳିବ ବୋଲି ଆକଳନ କରିଛନ୍ତି।୭୦ଟି ଆସନକୁ ନେଇ ଦିଲ୍ଲୀ ବିଧାନସଭା ଗଠିତ। ସରକାର ଗଢ଼ିବା ଲାଗି ୩୬ ଆସନରେ ବିଜୟୀ ହେବା ଦରକାର। ବୁଧବାର ସମସ୍ତ ୭୦ ଆସନରେ ଭୋଟଗ୍ରହଣ ହୋଇଥିଲା। ମତଦାନ ପରେ ବିଭିନ୍ନ ସଂସ୍ଥା ବୁଥଗୁଡ଼ିକରୁ ମତଦାତାଙ୍କ ମତାମତ ସଂଗ୍ରହ କରି ନିର୍ବାଚନ ଫଳାଫଳ ଆକଳନ କରିଛନ୍ତି।ମାଟ୍ରିଜ ସଂସ୍ଥା ଅନୁସାରେ ନିର୍ବାଚନରେ ଆପ୍କୁ ୩୨ରୁ ୩୭ ଆସନ ମିଳୁଥିବା ବେଳେ ବିଜେପିକୁ ୩୫ରୁ ୪୦ ଆସନ ମିଳିବ। କଂଗ୍ରେସକୁ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ।
ଜେଭିସି ପୋଲ୍ ସର୍ଭେ ଅନୁସାରେ ଆପକୁ ୨୨ରୁ ୩୧ ଆସନ, ବିଜେପିକୁ ୩୯ରୁ ୪୫ ଏବଂ କଂଗ୍ରେସକୁ ସର୍ବାଧିକ ୨ ଆସନ ମିଳିବ। ପିପୁଲ୍ସ ପଲ୍ସ କୋଡେମା ଅନୁସାରେ ଆପକୁ ୧୦ରୁ ୧୯ ଆସନ ମିଳିବାକୁ ଥିବାବେଳେ ବିଜେପିକୁ ୫୧ରୁ ୬୦ ଆସନ ମିଳିପାରେ। ସେହିପରି ପିପୁଲ୍ସ ଇନସାଇଟ ସଂସ୍ଥାର ସର୍ଭେ ଅନୁଯାୟୀ, ଆପକୁ ୨୫ରୁ ୨୯ ଆସନ ଏବଂ ବିଜେପିକୁ ୪୦ରୁ ୪୪ ଆସନ ଓ କଂଗ୍ରେସକୁ ଗୋଟିଏ ଆସନ ମିଳିବ। ସେହିପରି ପି-ମାର୍କ ଏବଂ ଚାଣକ୍ୟ ଷ୍ଟ୍ରାଟେଜିଜ ସଂସ୍ଥାର ବୁଥବାହୁଡ଼ା ମତ ଅନୁସାରେ ବିଜେପିକୁ ବହୁମତ ମିଳିପାରେ।