ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ହିଂସା କାଣ୍ଡ : ଗାଡ଼ିରେ ଲଗାଇଦେଲେ ନିଆଁ

ଗାଡ଼ିରେ ନିଆଁ ଲଗାଇଦେଲେ ମାଓବାଦୀ। ଛତିଶଗଡ଼ର ସୁକୁମା ଜିଲ୍ଲାରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ହିଂସା କାଣ୍ଡ । ରାସ୍ତା ମଝିରେ ଗାଡିକୁ ଅଟକାଇ ଗାଡ଼ିରେ ନିଆଁ ଲଗାଇଦେଲେ ମାଓବାଦୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ରେ ।

ସୂଚନା ଅନୁଯାୟୀ,ଛତିଶଗଡ଼ ସୁକୁମା ଜିଲାରେ କିଛି ସଶସ୍ତ୍ର ମାଓବାଦୀ ଏଭଳି ହିଂସାତ୍ମକ କାଣ୍ଡ କରିଛନ୍ତି । ଦୁଲେଡ଼-ମୁକୁରାଜକୁଣ୍ଡା ମୁଖ୍ୟ ସଡ଼କରେ ଏକ ଗାଡି ଯାଉଥିବା ସମୟରେ ମାଓବାଦୀ ଗାଡିକୁ ଅଟକାଇ ଦେଇଥିଲେ ।ଏହାପରେ ଗାଡି ଚାଳକଙ୍କୁ ବାହାର କରି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଗାଡ଼ିରେ ନିଆଁ ଲଗାଇବାପରେ ସେଠାରୁ ସେମାନେ ଚାଲିଯାଇଥିଲେ । ସେହିସମୟରେ ରାସ୍ତାରେ ଯାଉଥିବା ଲୋକେ ଭୟଭୀତ ହୋଇପଡିଥିଲେ ।ସ୍ଥାନୀୟ ଲୋକେ ପୋଲିସକୁ ଖବର ଜଣାଇଥିଲେ । ଖବର ପାଇ ପୋଲିସ ଓ ଯବାନ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Related Articles

Back to top button