ଟ୍ୟାବଲେଟ୍ ଷ୍ଟ୍ରିପ ଭଳି ବିବାହ ନିମନ୍ତ୍ରଣ କାର୍ଡ କରି ଚର୍ଚ୍ଚାରେ ଦମ୍ପତି

ଚେନ୍ନାଇ:  ଆଜିକାଲି ଲୋକେ ବିବାହକୁ ଏକ ମଧୁର ସ୍ମୃତି ବନେଇବା ଉଦ୍ଦେଶ୍ୟରେ ଭିନ୍ନ ଶୈଳୀରେ ଆୟୋଜିତ କରୁଛନ୍ତି । କିଏ ଭିନ୍ନ ଢଙ୍ଗରେ ବିବାହ ନିମନ୍ତ୍ରଣ କାର୍ଡ ବନାଉଛି ତ ଆଉ କିଏ ହେଲିକପ୍ଟରରେ ଯାଇ ବରଣମାଳା ପିନ୍ଧାଉଛି । କେହି କେହି ନିଜ ମନ ପସନ୍ଦର ସ୍ଥାନରେ କରୁଛନ୍ତି ଡେଷ୍ଟିନେଶନ ୱେଡିଂ ।

ହେଲେ କେବେ ବିବାହ କାର୍ଡ ଟ୍ୟାବଲେଟ୍ ଷ୍ଟ୍ରିପ ଭଳି ବନିଥିବା ଦେଖିଛନ୍ତି କି ? ଆଜ୍ଞା ହଁ, ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏହି ନିମନ୍ତ୍ରଣ କାର୍ଡ ।

ସୂଚନା ଅନୁସାରେ ତାମିଲନାଡୁର ତିରୁଭନ୍ନମଲାଇ ଜିଲ୍ଲାର ଏଲିଜାରାସନ ଏବଂ ଭିଲୁପୁରମ ଜିଲ୍ଲାର ବସନ୍ତକୁମାରୀ ଆସନ୍ତା ସେପ୍ଟେମ୍ବର 5 ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏଲିଜାରାସନ ଜଣେ ଫାର୍ମାସିଷ୍ଟ ଥିବାବେଳେ ବସନ୍ତକୁମାରୀ ନର୍ସ ଭାବେ କାର୍ଯ୍ୟରତ ଅଛନ୍ତି । ଉଭୟେ ସ୍ବାସ୍ଥ୍ୟ ବିଭାଗରେ କାମ କରୁଥିବାରୁ ନିଜର ବିବାହ କାର୍ଡକୁ ଭିନ୍ନ ଢଙ୍ଗରେ ତିଆରି କରିବା ପାଇଁ ଚାହିଁଥିଲେ । ଶେଷରେ ଏହି ଟାବଲେଟ କାର୍ଡ ମଡେଲରେ ନିମନ୍ତ୍ରଣ କାର୍ଡ ତିଆରି କରିଥିଲେ ।

ଏହି କାର୍ଡରେ ବିବାହ କାର୍ଯ୍ୟକ୍ରମ ନେଇ ସମସ୍ତ ତଥ୍ୟ ରହିଛି । ପିତାମାତାଙ୍କ ଠିକଣା, ପ୍ରୀତିଭୋଜନର ସମୟ ସହ ସବିଶେଷ ବିବରଣୀ ଉଲ୍ଲେଖ କରାଯାଇଛି । ସେପ୍ଟେମ୍ବର 5 ରେ ‘ସ୍ୱତନ୍ତ୍ର ଦିନ’ ଏକ ଲାଲ୍ ବାକ୍ସରେ ତାଲିକାଭୁକ୍ତ ହୋଇଥିବା ଦେଖାଯାଏ। ବାମ ପାର୍ଶ୍ୱରେ ବର ଏବଂ ବରର ଶିକ୍ଷା ବିଷୟରେ ସୂଚନା ରହିଛି । ନାଲି ଅକ୍ଷରରେ ଏକ ଚେତାବନୀ ମଧ୍ୟ ମୁଦ୍ରିତ ହୋଇଛି, ଯେଉଁଥିରେ କୁହାଯାଏ ଯେ ,ସମସ୍ତ ବନ୍ଧୁ ଏବଂ ସମ୍ପର୍କୀୟ ମୋ ବିବାହ କାର୍ଯ୍ୟକୁ ହାତଛଡ଼ା ନକରି ଆନନ୍ଦର ସହିତ ଯୋଗ ଦେଇ ଆମକୁ ଆର୍ଶୀବାଦ କରନ୍ତୁ ।

Related Articles

Back to top button