ପୁଡ଼ୁଚେରୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସଂକ୍ରମଣ ବଢ଼ିବା କାରଣରୁ ପୁଣି ଫେରିଛି ମାସ୍କ ଯୁଗ । ସାର୍ବଜନିକ ସ୍ଥାନରେ ଦୁଇ ପରସ୍ତ ବିଶିଷ୍ଟ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନମାନଙ୍କରେ ମୁହଁରେ ମାସ୍କ ପିନ୍ଧିବାକୁ କୁହାଯାଇଛି । ସଂକ୍ରମଣ ବୃଦ୍ଧି କାରଣରୁ ପୁଡ଼ୁଚେରୀରେ ଏହି ନିୟମ ଲାଗୁ କରାଯାଇଛି । ଜିଲ୍ଲା କଲେକ୍ଟର ଇ. ଭଲଭନ ଏ ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ତେବେ ଚଳିତ ବର୍ଷ ପ୍ରଥମ ରାଜ୍ୟ ଭାବେ ପୁଡ଼ୁଚେରୀ ଫେସ ମାସ୍କ ବାଧ୍ୟତାମୂଳକ କରିଥିବାରୁ ଆଗକୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ କଟକଣା ଲାଗୁ କରାଯାଇପାରେ । ତେଣୁ ଜନସାଧାରଣ କରୋନାକୁ ନେଇ ସଚେତନ ରହିବା ସହିତ କୋଭିଡ-୧୯ କଟକଣାକୁ ପାଳନ କରିବା ନିହାତି ଜରୁରୀ । ମହାମାରୀ ସମୟରେ ଦେଶବାସୀଙ୍କ ସ୍ଥିତି କ’ଣ ଥିଲା, କେବଳ ଅଙ୍ଗେ ନିଭାଇଥିବା ଜଣେ ମଣିଷ ହିଁ ତାହା ଅନୁଭବ କରିପାରିବ । ତେଣୁ ଏଭଳି କଠିନ ପରିସ୍ଥିତିରୁ ରକ୍ଷା ପାଇବାକୁ ହେଲେ କୋଭିଡ ସଚେତନତା ନିହାତି ଜରୁରୀ ।

Related Articles

Back to top button