ଭାରତର ଅପରେସନ ‘ସିନ୍ଦୂର’ରେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ଭାଇ ଅବଦୁଳ ରଉଫ ଆଝାର ନିହତ

ଭାରତର ଅପରେସନ ‘ସିନ୍ଦୂର’ରେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ(ଜେଇଏମ) ମୁଖ୍ୟ ମାସୁଦ ଆଝାର ଭାଇ ଅବଦୁଳ ରଉଫ ଆଝାର ନିହତ ହୋଇଛି। ଏହି ଆତଙ୍କୀ ସଂଗଠନ ଭାରତରେ ୨୦୦୧ରେ ସଂସଦ ଉପରେ ଆକ୍ରମଣ କରିଥିଲା। ଏହାର ମାଷ୍ଟରମାଇଣ୍ଡ ଥିଲା ମାସୁଦ ଆଝାର।ବିଜେପି ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କୁହାଯାଇଛି ଯେ, ମୋ‌ଷ୍ଟ ଓ୍ବାଣ୍ଟେଡ୍‌ ପାକିସ୍ତାନୀ ଆତଙ୍କବାଦୀ ରଉଫ ଆଝାର ଭାରତର ଏୟାରଷ୍ଟ୍ରାଇକ୍‌ରେ ନହିତ ହୋଇଛି। ମାସୁଦର ପରିବାର ଭାରତର ଆକ୍ରମଣରେ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରଉଫ ମଧ୍ୟ ରହିଛି। ମାସୁଦ ବୁଧବାର ଏହା ସ୍ଵୀକାର କରିଥିଲା। ସେ କହିଥିଲା ଯେ, ବହଓ୍ବଲପୁର ମୁଖ୍ୟାଳୟରେ ଭାରତର ଆକ୍ରମଣରେ ତା’ ପରିବାରର ୧୦ ସଦସ୍ୟ ନିହତ ହୋଇଛନ୍ତି।

Related Articles

Back to top button