ମହିଳା ଡାକ୍ତରଙ୍କ ଠାରୁ ଠକି ନେଲେ ୪.୫ କୋଟି ଟଙ୍କା

ନୂଆଦିଲ୍ଲୀ: ଜଣେ ୩୪ ବର୍ଷୀୟ ମହିଳା ଡାକ୍ତରଙ୍କ ଠାରୁ ‘ଫେଡଏକ୍ସ ପ୍ୟାକେଜର ସିଜ’ ସହ ଜଡିତ କଲ ଦ୍ୱାରା ହୋଇଛି । ନିଜକୁ ମହାରାଷ୍ଟ୍ର ନାର୍କୋଟେକ୍ସ ଡିପାର୍ଟମେଣ୍ଟର ଅଧିକାରୀ କହି ଏହି ଡାକ୍ତରଙ୍କ ଠାରୁ ୪.୪୭ କୋଟି ଠକି ନେଇଛନ୍ତି । ତାଙ୍କ ଉପରେ ଅଭିଯୋଗ ଲଗାଯାଇଥିଲା ଯେ, ସେ ଡ୍ରକ୍ସ କାରବାର କରୁଛନ୍ତି । ତାଙ୍କ ଏପରି ଜାଲରେ ଫସାଯାଇଥିଲା ଯେ, ସେ କିଛି ସମୟ ମଧ୍ୟରେ ଅନ୍ୟକୁ ନିଜ ଟଙ୍କା ଦେଇଦେଲେ । ପୋଲିସ ବର୍ତ୍ତମାନ ଏହି ମାମଲାର ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ମହିଳା ଡାକ୍ତରଙ୍କ କଲ ଆସିଥିଲା ଯେ, ଏକ ପ୍ୟାକେଟ ଧରାଯାଇଛି । ଯେଉଁଥିରେ ୧୪୦ ଗ୍ରାମର ଏମଡିଏମଏ ସହିତ ତାଙ୍କ ପାସପୋର୍ଟ ଏବଂ ବ୍ୟାଙ୍କିଙ୍ଗ ଡକ୍ୟୁମେଣ୍ଟ ରହିଛି । ସେହି ବ୍ୟକ୍ତି ଜଣକ କହିଲେ ଆମେ ଏହି କେସକୁ ଇନସ୍ପେକ୍ଟର ଇପ୍ସିତାଙ୍କୁ ଦେଇ ଦଉଛୁ । ତାର କିଛି ସମୟ ପରେ ଇନସ୍ପେକ୍ଟର ଫୋନ କରି ମହିଳା ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ ଯେ, ଆପଣ ଏଥିପାଇଁ ସ୍କାଇପ୍ ଆପ ଡାଉନ ଲୋଡ କରି ଏଥିରେ ଏହି ଅଭିଯୋଗ କରିପାରିବେ ।

ମହିଳା ଡାକ୍ତରଙ୍କୁ ଧିରେ ଧିରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଆଡକୁ କଥା ନିଆଗଲା । କୁହାଗଲା ଆପଣଙ୍କ ବ୍ୟାଙ୍କ ଡିଟେଲ୍ସ ଆମକୁ ଦିଅନ୍ତୁ । ଏହାପରେ ସେ ସମସ୍ତ ଡକ୍ୟୁମେଣ୍ଟ ଦେଇଥିଲେ । ଡାକ୍ତର ତାଙ୍କ ୧.୧୫ କୋଟିର ଏଫଡି ଭାଙ୍ଗିଥିଲେ ଏବଂ ତାଙ୍କ ପାଖରେ ଥିବା ବ୍ରାଞ୍ଚକୁ ଯିବା ପାଇଁ କହିଥିଲେ । ଏହାପରେ ପିଡିତାଙ୍କୁ କୁହାଯାଇଥିଲା ଯେ, ଆପଣ ଏହି କଥା କାହାକୁ ନ କହିବା ପାଇଁ । ଏହାପରେ ସେ ତାଙ୍କ ଏଫଡି ଭାଙ୍ଗି ସ୍କାଇପ୍ ଆପକୁ ଚାଲିଗଲେ ଏବଂ ସେଠାରେ ତାଙ୍କର ୪.୪୭ କୋଟି ଟଙ୍କା ଠକି ନିଆଯାଇଥିଲା ।

Related Articles

Back to top button