
ଜାମ୍ମୁ-କାଶ୍ମୀରରେ ବଡ଼ ଧରଣର ଭୂସ୍ଖଳନ
ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ବଡ଼ ଧରଣର ଭୂସ୍ଖଳନ । ପାହାଡ଼ରୁ ବିରାଟ ପଥର ଧସିବା ଯୋଗୁ ଜାମ୍ମୁ-ଶ୍ରୀନଗର ହାଇଓ୍ବେ ଦେଇ ଯାତାୟାତ ବନ୍ଦ ହୋଇଛି । ଲ୍ୟାଣ୍ଡ୍ ସ୍ଲାଇଡ ଯୋଗୁ ରାସ୍ତା ବନ୍ଦ ହୋଇଥିବା ବେଳେ ଉଭୟ ପାର୍ଶ୍ବରେ ଯାତ୍ରୀମାନେ ଅଟକି ରହିଛନ୍ତି । ହାଇଓ୍ବେ ଜାମ୍ ଫଳରେ ଅମରନାଥ ଯାତ୍ରୀମାନେ ଚନ୍ଦେରକୋଟ ଯାତ୍ରୀ ନିବାସରେ ଅଟକି ରହିଛନ୍ତି । ହାଇଓ୍ବେ ସଫା ନହେବା ଯାଏଁ ସେହି ରାସ୍ତା ଦେଇ ଗାଡ଼ିମୋଟର ନଯିବାକୁ ପ୍ରଶାସନ ପକ୍ଷରୁ ଆଲର୍ଟ କରାଯାଉଛି । ଜୁଲାଇ ୧ ତାରିଖରୁ ବାବା ଅମରନାଥଙ୍କ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏବେ ସୁଦ୍ଧା ୪ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି ।