ମୁଖ୍ୟ ଭାରତୀୟ ଭାଷାରେ ପ୍ରକାଶିତ ହେବ ମେଡିସିନ୍, ନର୍ସିଂ ଏବଂ ଫାର୍ମା ପାଠ୍ୟପୁସ୍ତକ

ନୂଆଦିଲ୍ଲୀ: ଭାରତରେ ମେଡିସିନ୍, ନର୍ସିଂ ଏବଂ ଫାର୍ମାସୀର ପୁସ୍ତକଗୁଡ଼ିକ ମୁଖ୍ୟ ଭାରତୀୟ ଭାଷାରେ ପ୍ରକାଶିତ ହେବ। ଆାଗାମୀ ତିନି ବର୍ଷ ମଧ୍ୟରେ ଏହି ସବୁ ପୁସ୍ତକ ଗୁଡ଼ିକ ପ୍ରକାଶ ପାଇବ । ଏନେଇ ଭାରତୀୟ ଭାଷାର ପ୍ରଚାର କମିଟିର ଅଧ୍ୟକ୍ଷ ଛାମୁ ଶାସ୍ତ୍ରୀ ସୂଚନା ଦେଇଛନ୍ତି । ଶାସ୍ତ୍ରୀ କହିଛନ୍ତି ଯେ କମିଟି ଏନେଇ ପୂର୍ବରୁ ଜାତୀୟ ସ୍ବାସ୍ଥ୍ୟ କମିଶନଙ୍କ ସହ ଯୋଗାଯୋଗରେ ରହିଛି । ସେ କହିଛନ୍ତି ଯେ ଏହି ପଦକ୍ଷେପ ଦ୍ବାରା ଛାତ୍ରଛାତ୍ରୀଙ୍କ ପାଖରେ ସେମାନଙ୍କ ଇଂରାଜୀ ବ୍ୟତୀତ ନିଜ ଭାଷାରେ ପଢ଼ିବାରେ ସୁଯୋଗ ମିଳିବ।  ଗତକାଲି ମଧ୍ୟପ୍ରଦେଶ ସରକାର ରାଜ୍ୟରେ ମେଡିକାଲ ଶିକ୍ଷାରେ ହିନ୍ଦୀ ଭାଷା ପ୍ରଚଳନ ନେଇ ନିଷ୍ପତ୍ତି ନେଇଥିଲେ। ଏମବିବିଏସର ତିନିଟି ବିଷୟକୁ ହିନ୍ଦୀରେ ପ୍ରକାଶିତ କରିବା ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ପରେ  ଭାରତୀୟ ଭାଷାର ପ୍ରଚାର କମିଟି ପକ୍ଷରୁ ଏମିତି ପଦକ୍ଷେପ ନିଆଯାଇଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ  ଅନୂଯାୟୀ, ବର୍ତ୍ତମାନ ଭାରତରେ ୬୧୨ ଟି ମେଡିକାଲ କଲେଜ (୩୨୧ ସରକାରୀ ଏବଂ ୨୯୧ ବେସରକାରୀ କଲେଜ), ୯୧,୯୨୭ ୟୁଜି ଏମବିବିଏସ ସିଟ୍ ଏବଂ ୪୬,୧୧୮ ପିଜି ସିଟ୍ ରହିଛି। ଇଣ୍ଡିଆନ୍ ନର୍ସିଂ କାଉନସିଲ୍ ୨୦୨୧ର ବାର୍ଷିକ ରିପୋର୍ଟ ଅନୁଯାୟୀ ଦେଶରେ ବର୍ତ୍ତମାନ ୫,୧୬୨ ନର୍ସିଂ ଇନଷ୍ଟ୍ୟିଚ୍ୟୁଟ୍ ରହିଛି।

ସେପଟେ କିନ୍ତୁ ଡାକ୍ତର ଆସୋସିଏନ ତରଫରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଛି । ଏହାଦ୍ବାରା ପିଲାମାନେ ଦ୍ବନ୍ଦ୍ବରେ ପଡ଼ିପାରନ୍ତି ଏବଂ ଶିକ୍ଷାର ମାନରେ ହ୍ରାସ ହୋଇପାରେ ବୋଲି ଡକ୍ଟର ଆସୋସିଏନ୍ ତରଫରୁ ସତର୍କ କରାଯାଇଛି। ତେବେ ଏକଥାକୁ ଅଗ୍ରାହ୍ୟ କରିବା ସହ ଶାସ୍ତ୍ରୀ କହିଛନ୍ତି ଯେ ଜାପାନ ଏବଂ ଜର୍ମାନୀ ଭଳି ଦେଶ ନିଜ ଭାଷାରେ ପାଠ୍ୟକ୍ରମ ଚଳାଉଛନ୍ତି। ଏମିତିକି ଅନ୍ତର୍ଜାତୀୟ ସ୍ତରରେ ପିଲାମାନେ ଏହାକୁ ଗ୍ରହଣ କରିପାରୁଛନ୍ତି ।

ସେ ଆହୁରି କହିଛନ୍ତି ଯେ ୯୦ ପ୍ରତିଶତ ଡାକ୍ତର, ନର୍ସ ଏବଂ ଫାର୍ମା ପ୍ରଫେସନାଲମାନେ ଏଠାରେ କାମ କରିବାରେ ସକ୍ଷମ ହେବେ। ଏପରି କ୍ଷେତ୍ରରେ ଆଞ୍ଚଳିକ ଭାଷା ବିଶେଷ ସହାୟକ ହେବ।  ତେବେ ସେ କହିଛନ୍ତି ଯେ ଆଗାମୀ ତିନି ବର୍ଷ ମଧ୍ୟ ପର୍ଯ୍ୟନ୍ତ କାମ କରିବ।

Related Articles

Back to top button