ଉତ୍ତରାଖଣ୍ଡର ଦୁର୍ଗମ ଅଞ୍ଚଳରେ ଯକ୍ଷ୍ମା ରୋଗୀଙ୍କୁ ଔଷଧ ପହଞ୍ଚାଇଲା ଡ୍ରୋନ୍‌

ଡେରାଡୁନ: ଭାରତରେ ଡ୍ରୋନ୍‌ର ବ୍ୟବହାର ଦ୍ରୁତ ଗତିରେ ବଢି ଚାଲିଛି। ଡ୍ରୋନ ସାହାଯ୍ୟରେ ସ୍ବାସ୍ଥ୍ୟ ସେବାରେ ମଧ୍ୟ ଏକ ନୂତନ ବିପ୍ଳବ ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନ ଉତ୍ତରାଖଣ୍ଡର ଦୁର୍ଗମ ଅଞ୍ଚଳରେ ଡ୍ରୋନ୍‌ ମାଧ୍ୟମରେ ଔଷଧ ପଠାଇବା ଆରମ୍ଭ ହୋଇଛି। ଯକ୍ଷ୍ମା ରୋଗୀଙ୍କ ପାଇଁ ଋଷିକେଶ ଏମ୍ସରୁ ତେହରିକୁ ଔଷଧ ପଠାଯାଇଛି। ତେବେ ଋଷିକେଶରୁ ତେହରି ୪୦ କିଲୋମିଟର ଥିବା ବେଳେ ଡ୍ରୋନ୍‌ଟିକୁ ଏଥିପାଇଁ ମାତ୍ର ୩୦ ମିନିଟ୍‌ ସମୟ ଲାଗିଥିଲା।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଏହାର ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓ ଶେୟାର କରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଲେଖିଛନ୍ତି, ସ୍ବାସ୍ଥ୍ୟସେବା ଯୋଗାଣରେ ଡ୍ରୋନ୍‌ ସହାୟକ ହେବ। ଋଷିକେଶ ଏମ୍ସରେ ଡ୍ରୋନ ଆଧାରିତ ସଫଳ ପରୀକ୍ଷଣ କରାଯାଇଛି। ଏମ୍ସ ହେଲିପ୍ୟାଡରେ ଯକ୍ଷ୍ମା ରୋଗୀଙ୍କ ପାଇଁ ଜିଲା ଡାକ୍ତରଖାନା ତେହରିକୁ ପଠାଯାଇଥିଲା। ଯାହା ୪୦ କିଲୋମିଟରକୁ ପ୍ରାୟ ୩୦ ମିନିଟ୍‌ରେ ପହଞ୍ଚିଥିଲା।

Related Articles

Back to top button