ଅନଲାଇନରେ ଆଉ ମେଡିସିନ ବିକ୍ରି ହୋଇ ପାରିବ ନାହିଁ

ନୂଆଦିଲ୍ଲୀ: ଯଦି ଆପଣମାନେ ଅଧିକାଂଶ ସମୟର ଅନଲାଇନରେ ମେଡିସିନ୍ ଅର୍ଡର କରୁଛନ୍ତି ଏନେଇ ଆପଣଙ୍କର ମୁସ୍କିଲ ବଢ଼ିପାରେ । ଅଲ ଇଣ୍ଡିଆ ଅର୍ଗାନାଇଜେସନ ଅଫ୍ କେମିଷ୍ଟସ ଆଣ୍ଡ ଡ୍ରଗିଷ୍ଟସ ପକ୍ଷରୁ ଏ ବାବଦରେ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ନିକଟକୁ ଚିଠି ଲେଖାଯାଇଛି । ଅନଲାଇନ ମେଡିସିନ ଉପରେ ବ୍ୟାନ ଲାଗୁ କରିବା ପାଇଁ ଉକ୍ତ ଚିଠିରେ ଦାବି କରାଯାଇଛି ।

ଏଆଇଓସିଡି ପକ୍ଷରୁ କୁହାଯାଇଛି, ଅନଲାଇନରେ ବିକ୍ରି ହେଉଥିବା ମେଡିସିନର କ୍ରୟ ମାନଦଣ୍ଡ ଠିକ୍ ଭାବେ ପାଳନ କରାଯାଉନାହିଁ । ଫଳରେ ଅନଲାଇନରେ ଔଷଧ କିଣୁଥିବା ଲୋକମାନେ ନିଜର ଜୀବନକୁ ବିପଦରେ ପକାଉଛନ୍ତି । ତେଣୁ ଏହି କାରଣରୁ ଏହା ଉପରେ ବ୍ୟାନ ଲାଗୁ କରିବା ଆବଶ୍ୟକ ।

ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଅନଲାଇନ ମେଡିସିନ ବିକ୍ର ଉପରେ ରୋକ ଲାଗୁ କରିଥିଲେ । ବିନା ଲାଇସେନ୍ସରେ ଅନଲାଇନରେ ମେଡିସିନ ବିକ୍ରି କରୁଥିବା ଇ-ଫାର୍ମା କମ୍ପାନୀଙ୍କ ଉପରେ ରୋକ ନେଇ ଦିଲ୍ଲୀ ହାଇକୋର୍ଟ ୨୦୧୮ରେ ଆଦେଶ ଦେଇଥିଲେ । କୋର୍ଟଙ୍କ ଆଦେଶ ବିଷୟରେ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି । ତ୍ୱିରିତ ଭାବେ ଏହି ବିକ୍ରି ଉପରେ ରୋକ ଲାଗୁ କରିବାକୁ କୋର୍ଟଙ୍କ ଆଦେଶ ରହିଥିଲା ।

ତେବେ ଅଦାଲତଙ୍କ ଆଦେଶ ପରେ ବି ଅନେକ ଫର୍ମା କମ୍ପାନୀ ଅନଲାଇନରେ ମେଡିସିନ ବିକ୍ରି କରୁଥିବା ଦେଖଶଯାଉଛି । ଇ-ଫାର୍ମା କମ୍ପାନୀମାନେ ୪.୫ ବର୍ଷରୁ ଅଧିକ ସମୟ ଧରି ବେଆଇନ ଭାବେ ଏପରି ବିକ୍ରି କରୁଥିବା ଏଆଇଇସିଡି ପକ୍ଷରୁ କୁହାଯାଇଛି । ନିୟମ ଉଲ୍ଲଂଘନ କାରଣରୁ ନିକଟରେ ୨୦ଟି ନାମିଦାମୀ ଅନଲାଇନ ଫାର୍ମା କମ୍ପାନୀଙ୍କୁ ନୋଟିସ ଜାରି କରାଯାଇଥିଲା ।

Related Articles

Back to top button