ପୁଣି ଗୃହବନ୍ଦୀ ହେଲେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତୀ

ଶ୍ରୀନଗର: ପୁଣି ଗୃହବନ୍ଦୀରେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତୀ। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ତାଙ୍କୁ ତାଙ୍କ ଶ୍ରୀନଗର ସ୍ଥିତ ବାସଭବନରେ ଗୃହବନ୍ଦୀ କରି ରଖାଯାଇଛି ବୋଲି ମେହେବୁବା ଟ୍ୱିଟ୍ କରି କହିଛନ୍ତି। ଏନେଇ ସେ ଅସନ୍ତୋଷ ପ୍ରକାଶ କରି ଟ୍ୱିଟ୍‌ରେ ଲେଖିଛନ୍ତି “ଆମ ସୁରକ୍ଷା ପାଇଁ ଆମକୁ ବନ୍ଦୀ କରାଯାଇଛି ବୋଲି ପ୍ରଶାସନ କହୁଛନ୍ତି। କିନ୍ତୁ ସେମାନେ କାଶ୍ମୀର ଘାଟିର ସବୁ ଗଳିକନ୍ଦିକୁ ଯାଉଛନ୍ତି।“

ମେହବୁବା ଆତଙ୍କବାଦୀଙ୍କ ଗୁଳିରେ ମୃତ୍ୟୁ ହୋଇଥିବା କାଶ୍ମୀର ପଣ୍ଡିତ ସୁନୀଲ କୁମାରଙ୍କ ଘରକୁ ଯାଇ ସମବେଦନା ଜଣାଇ ଥାନ୍ତେ। ହେଲେ ତାଙ୍କୁ ପ୍ରଶାସନ ଅଟକାଇ ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି।  କାଶ୍ମୀର ପଣ୍ଡିତଙ୍କୁ ନେଇ ମେହେବୁବା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କର ଭୁଲ ନୀତି ଯୋଗୁ କାଶ୍ମୀର ପଣ୍ଡିତକୁ ଲକ୍ଷ୍ୟ କରି ହତ୍ୟା କରାଯାଉଛି। ସରକାର ନିଜ ଦୋଷ ସ୍ୱୀକାର କରିବା ଦରକାର।

Related Articles

Back to top button