ଉତ୍ତେଜନାକୁ ହ୍ରାସ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ‌ନେବାକୁ ଇରାନ ରାଷ୍ଟ୍ରପତିଙ୍କୁ କହିଛନ୍ତି ମୋଦୀ

ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଉତ୍ତେଜନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଇରାନ ରାଷ୍ଟ୍ରପତି ମାସୌଦ ପେଜେସକିଆନଙ୍କ ସହିତ କଥା ହୋଇଛନ୍ତି। କଥାବାର୍ତ୍ତା କାଳରେ ମୋଦୀ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଉତ୍ତେଜନାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହା ସହିତ ଉତ୍ତେଜନାକୁ ହ୍ରାସ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ‌ନେବାକୁ ସେ ଇରାନ ରାଷ୍ଟ୍ରପତିଙ୍କୁ କହିଛନ୍ତି। ଦ୍ବିପାକ୍ଷିକ ଉତ୍ତେଜନାକୁ ହ୍ରାସ କରିବା ଲାଗି କୂଟନୀତି କିମ୍ବା କଥାବାର୍ତ୍ତା ଭଳି ମାଧ୍ୟମକୁ ଆପଣେଇବା ଲାଗି ମୋଦୀ ପରାମର୍ଶ ଦେଇଛନ୍ତି। ଏହାଦ୍ବାରା ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ବଜାୟ ରହିପାରିବ। ପେଜେସକିଆନଙ୍କ ସହିତ ମୋଦୀ ପ୍ରାୟ ୪୫ ମିନିଟ୍ ଧରି କଥାବାର୍ତ୍ତା ହୋଇଥିଲେ।

ସେହିପରି ପେଜେସକିଆନ ଭାରତକୁ ନିଜର ବନ୍ଧୁ ବୋଲି ବିବେଚନା କରିବା ସହିତ ଆଞ୍ଚଳିକ ଶାନ୍ତି ପ୍ରତିଷ୍ଠାରେ ଭାରତକୁ ଏକ ଅଂଶୀଦାର ଭାବେ ମନେ କରିଛନ୍ତି। ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଭାରତର ଏପରି ପ୍ରୟାସ ପାଇଁ ପେଜେସକିୟାନ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ଏଥିରେ ଆମେରିକା ଏବେ ସାମିଲ ହୋଇଛି। ଇସ୍ରାଏଲର ପକ୍ଷ ନେଇ ଆମେରିକା ଏବେ ଇରାନ ଉପରେ ଆକ୍ରମଣ କରିଛି। ଆମେରିକାର ଆକ୍ରମଣ ପରେ ଏହି ଯୁଦ୍ଧ ବ୍ୟାପକ ହେବାରେ ଲାଗିଛି।

Related Articles

Back to top button