ଅଣକଶ୍ମିରୀଙ୍କୁ ଭୋଟ ଦେବାକୁ ବିରୋଧ: କୋର୍ଟ ଯିବାକୁ ଧମକ ଦେଲେ ଫାରୁକ ଅବଦୁଲ୍ଲା
ଶ୍ରୀନଗର: ଜମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳମାନେ ଭୋଟର ଲିଷ୍ଟରେ ପରିବର୍ତ୍ତନକୁ ବିରୋଧ କରିଛନ୍ତି । ବିରୋଧୀଦଳମାନେ କଶ୍ମୀରରେ ଅଣକଶ୍ମୀରୀମାନଙ୍କୁ ଭୋଟ ଦେବା ପ୍ରସଙ୍ଗରେ ଆଜି ଏକାଠି ହୋଇ ଆଲାଚନା କରିଥିଲା । ଏଥିରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ପିଡିପି ନେତ୍ରୀ ମେହବୁବା ମୁଫତିଙ୍କ ସମେତ ଜମ୍ମୁକାଶ୍ମୀରର ସମସ୍ତ ବରିଷ୍ଠ ବିରୋଧୀନେତାମାନେ ଏକାଠି ହୋଇଥିଲେ । ବୈଠକରେ ପୁଣି ଥରେ ସମସ୍ତେ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଥିଲେ । ସେପ୍ଟେମ୍ବରରେ ଜମ୍ମୁ କାଶ୍ମୀରକୁ ସମସ୍ତ ଜାତୀୟ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି କହିଛନ୍ତି ଫାରୁକ୍ ଅବଦୁଲ୍ଲା । ନୂତନ ଭୋଟରଙ୍କ ପଞ୍ଜୀକରଣ ବିଷୟରେ ଆଲୋଚନା ପାଇଁ ଆଜି ଫାରୁକ୍ ଅବଦୁଲ୍ଲାଙ୍କ ଘରେ ସର୍ବଦଳୀୟ ବୈଠକରେ ଏ ବିଷୟରେ ନେତାମାନେ ନିଜ ନିଜର ମତ ରଖିବା ପରେ ଆଲେଚନା ହୋଇଥିଲା । ବୈଠକରେ ସାମିଲ ସମସ୍ତ ଦଳ ଏହି ନୂତନ ନିୟମକୁ ବିରୋଧ କରିଥିଲେ। ଏହି ପ୍ରସଙ୍ଗରେ ଆଗକୁ କୋର୍ଟକୁ ଯିବାପାଇଁ ଫାରୁକ ଚେତାବନୀ ଦେଇଛନ୍ତି ।
ବାସ୍ତବରେ, ଜମ୍ମୁକାଶ୍ମୀର ମୁଖ୍ୟ ନିର୍ବାଚନ ଅଧିକାରୀ ହିତେଶ କୁମାର ସଂଶୋଧିତ ନିର୍ବାଚନ ତାଲିକାରେ ‘ଜାମ୍ମୁ କାଶ୍ମୀରରେ ରହୁଥିବା ଅଣ-ସ୍ଥାନୀୟ ଭୋଟରଙ୍କୁ ଅନ୍ତର୍ଭୁକ୍ତ କରିବା’ ବିଷୟରେ କହିଛନ୍ତି। ତେବେ ବିରୋଧୀମାନେ ରାଜ୍ୟରେ ବସବାସ କରୁଥିବା ଅଣକାଶ୍ମୀରଙ୍କୁ ଭୋଟର ଲିଷ୍ଟରେ ନାମ ଉଠାଇବାକୁ ବିରୋଧ କରୁଛନ୍ତି ।