
ଆସନ୍ତାକାଲି ମିଶନ ଆକ୍ସିଓମ-୪ ଲଂଚ ହେବ।
ଆଜି ନୁହେଁ, ଆସନ୍ତାକାଲି ମିଶନ ଆକ୍ସିଓମ-୪ ଲଂଚ ହେବ। ଖରାପ ପାଗ ଯୋଗୁଁ ୧୧ ତାରିଖକୁ ଘୁଞ୍ଚିଲା । ଟ୍ବିଟ୍ କରି ସୂଚନା ଦେଇଛି ଇସ୍ରୋ । ଭାରତର ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଅନ୍ୟ ତିନି ଜଣ କ୍ରୁ ସଦସ୍ୟଙ୍କ ସହିତ ମହାକାଶ ମିଶନ ପାଇଁ ଜୁନ ୧୦ରେ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଏଥିରେ ପରିବର୍ତ୍ତନ ହୋଇଥିବା ନେଇ ଇସ୍ରୋ ପକ୍ଷରୁ X ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି। ଆସନ୍ତାକାଲି ସନ୍ଧ୍ୟା ପ୍ରାୟ ୫:୩୦ ରେ ଆରମ୍ଭ ହେବ। ଆକ୍ସିଓମ-୪ ରେ, ଚାରିଟି ଦେଶର ଚାରି ଜଣ ମହାକାଶଚାରୀ ୧୪ ଦିନ ପାଇଁ ମହାକାଶ ଷ୍ଟେସନକୁ ଯାଉଛନ୍ତି।ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାତ୍ରା ପାଇଁ, ‘ସ୍ପେସ୍ଏକ୍ସ’ କମ୍ପାନୀର ଫାଲକନ୍ -୯ ରକେଟ୍ ମଙ୍ଗଳବାର ସନ୍ଧ୍ୟାରେ ଆମେରିକାର ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟର (କେଏସସି) ରୁ ଉଡ଼ାଣ କରିବାର ଥିଲା। ISRO ଅଧ୍ୟକ୍ଷ ଭି. ନାରାୟଣନ୍ କହିଛନ୍ତି, ପାଗ ପରିସ୍ଥିତି ଯୋଗୁଁ, ଭାରତୀୟ ଗଗନ୍ୟାତ୍ରୀଙ୍କୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ପଠାଇବା ପାଇଁ Axiom-4 ମିଶନର ଉତ୍କ୍ଷେପଣ ଜୁନ୍ ୧୦, ୨୦୨୫ ପରିବର୍ତ୍ତେ ଜୁନ୍ ୧୧, ୨୦୨୫କୁ ସ୍ଥଗିତ ରଖାଯାଇଛି। ନୂତନ ଉତ୍କ୍ଷେପଣ ସମୟ ଜୁନ୍ ୧୧, ୨୦୨୫ ସନ୍ଧ୍ୟା ୫:୩୦ ରେ କରାଯାଇଛି।