ପ୍ରଥମେ ସର୍ବ ସାଧାରଣଙ୍କ ପାଇଁ ଓ ପରେ ଭିଆଇପି ଲୋକଙ୍କ ପାଇଁ ରାମ ମନ୍ଦିରରେ ନିଷେଧ ହେଲା ମୋବାଇଲ

ଦୀର୍ଘ ୫୦୦ ବର୍ଷ ଅପେକ୍ଷା ପରେ ପ୍ରଭୁ ରାମଙ୍କ ଜନ୍ମଭୁମି ଅଯୋଧ୍ୟାରେ ଗତ ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ପ୍ରତିଷ୍ଠା ପରେ ପ୍ରଭୁ ରାମଙ୍କ ଦର୍ଶନ ପାଇଁ ଶହ ଶହ ଶ୍ରଦ୍ଧାଳୁ ମଧ୍ୟ ରାମମନ୍ଦିରକୁ ଯାଇଥାନ୍ତି । କିନ୍ତୁ ଏବେ ମନ୍ଦିରକୁ ଯିବା ପାଇଁ ଏକ ନୂଆ ନିୟମ କରାଯାଇଛି । ରାମ ମନ୍ଦିରକୁ କେହି ମୋବାଇଲ୍ ନେଇ ପ୍ରବେଶ କରି ପାରିବେ ନାହିଁ । ପ୍ରଥମେ ସର୍ବ ସାଧାରଣଙ୍କ ପାଇଁ ଓ ପରେ ଭିଆଇପି ଲୋକଙ୍କ ପାଇଁ ମଧ୍ୟ ମୋବାଇଲ ନିଷେଧ କରାଯାଇଛି । ଏହି ସୂଚନା ମନ୍ଦିର ଟ୍ରଷ୍ଟ ପକ୍ଷରୁ ମିଳିଛି । ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଭକ୍ତଙ୍କ ମୋବାଇଲ ଓ ମୂଲ୍ୟବାନ ସାମଗ୍ରୀ ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରଖାଯାଇଛି ।

Related Articles

Back to top button