ସେୟାର ବଜାରରେ ୩୧ ଲକ୍ଷ କୋଟି କ୍ଷତି ପାଇଁ ଦାୟୀ ମୋଦୀ ଓ ଶାହା: ରାହୁଲ ଗାନ୍ଧି

ନିର୍ବାଚନ ଫଳାଫଳ ପ୍ରକାଶ ପରେ ବିଜେପି ଉପରେ ସାଂଘାତିକ ଅଭିଯୋଗ ଆଣିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଫଳାଫଳ ପ୍ରକାଶ ଦିନ ସେୟାର ବଜାରରେ ଯେଉଁ ୩୧ଲକ୍ଷ କୋଟିର କ୍ଷତି ହୋଇଛି ତାକୁ ଏକ ସ୍କାମ ବୋଲି କହିଛନ୍ତି ରାହୁଲ । ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସ ନେତା ଓ କହିଛନ୍ତି ନିବେଶକଙ୍କୁ ଭୁଅାଁ ବୁଲାଇ ମୋଦୀ, ଶାହା ଓ ସୀତାରମଣ କୋଟି କୋଟି ଟଙ୍କାର ସ୍କାମ କରିଛନ୍ତି । ମିଛ ଏଗଜିଟ ପୋଲ ପ୍ରକାଶ କରି ନିବେଶକଙ୍କୁ କୋଟି କୋଟି ଟଙ୍କା ନିବେଶ କରାଇବାକୁ ପରାମର୍ଶ ଦେଇଥିଳେଲ । ରାହୁଲ କହିଛନ୍ତି ବିଜେପି ପାଖରେ ଖବର ଥିଲା ଦଳକୁ କମ ଆସନ ମିଳିବ ତଥାପି ଏଗଜିଟ ପୋଲରେ ଅଧିକ ଆସନ ପାଉଥିବା ମିଛ ଖବର ପ୍ରଚାର କରି ନିବେଶ କରିବାକୁ ପ୍ରଲୋଭିତ କରିଥିଲେ । ଫଳାଫଳରେ ଦଳ ଯେବେ ଆଶାଠୁ କମ ଆସନ ପାଇଥିଲା ସେୟାରମାର୍କେଟ ଭୁଷୁଡିପଡିଥିଲା ଓ ୩୧ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଢିଥିଲା । ପୂରା ଘଟଣା ପଛରେ ବିଜେପିର ସୁପରିକଳ୍ପତି ଯୋଜନା ଥିବା କହିଛି ଜେପିସ ତଦନ୍ତ ଦାବି କରିଛନ୍ତି ।

Related Articles

Back to top button