ହିମାଚଳ ପ୍ରଦେଶରେ ଦଶହରା ରଥଯାତ୍ରାରେ ଯୋଗଦେଲେ ମୋଦି

କୁଲ୍ଲୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର କୁଲ୍ଲୁରେ ଦଶହରା ରଥଯାତ୍ରାରେ ଭାଗ ନେଇଥିଲେ। ଏହି ସମୟରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ।
ଏହାପୂର୍ବରୁ ହିମାଚଳ ଗସ୍ତର ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ୮ ବର୍ଷ ମଧ୍ୟରେ ଡବଲ ଇଞ୍ଜିନ ସରକାର ହିମାଚଳର ବିକାଶ କାହାଣୀକୁ ଏକ ନୂଆ ଦିଗକୁ ନେଇଛନ୍ତି। ଆଜି ହିମାଚଳର ମଧ୍ୟ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆଇଆଇଟି, ଆଇଆଇଆଇଟି ଏବଂ ଆଇଆଇଏମ ପରି ପ୍ରତିଷ୍ଠିତ ଅନୁଷ୍ଠାନ ଅଛି। କରୋନା ସତ୍ତ୍ୱେ କେନ୍ଦ୍ର ଏବଂ ହିମାଚଳ ରାଜ୍ୟ ସରକାର କରିଥିବା କାର୍ଯ୍ୟର ଫଳାଫଳ ହେଉଛି ବିଲାସୁପର୍‌ ଏମ୍ସ। ଆଜିର ଏବଂ ଭବିଷ୍ୟତ ପିଢି ପାଇଁ ଆମେ ଦୃଢ ଭାବରେ କାର୍ଯ୍ୟ କରୁ। ଆଜି ବିଶ୍ୱରେ ଚିକିତ୍ସା ଏବଂ ପର୍ଯ୍ୟଟନ ପାଇଁ ଭାରତ ଏକ ପ୍ରମୁଖ ଆକର୍ଷଣ ପାଲଟିଛି ବୋଲି ସେ କହିଛନ୍ତି।

Related Articles

Back to top button