ନାଇଜେରିଆ ରାଷ୍ଟ୍ରପତି ଅହମଦ ଟିନୁବୁଙ୍କୁ ପଞ୍ଚାମୃତ କଳସ ଦେଲେ ମୋଦୀ

ପ୍ରଧାନମନ୍ତ୍ରୀ ବର୍ତ୍ତମାନ ନାଇଜେରିଆ ଗସ୍ତରେ ରହିଛନ୍ତି । ଏହାକୁ ନେଇ ଚର୍ଚ୍ଚା ମଧ୍ୟ ବଢିବାରେ ଲାଗିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନାଇଜେରିଆ ରଷ୍ଟ୍ରପତି ଅହମଦ ଟିନୁବୁଙ୍କୁ ଏକ ଉପହାର ଦେଇଛନ୍ତି । ସିଲୋଫର ପଞ୍ଚାମୃତ କଳସ ଦେଇଛନ୍ତି । ଏହି ଅଦ୍ୱିତୀୟ କଳସ ଉଚ୍ଚ ଗୁଣାବତ୍ତା ଚାନ୍ଦୀରେ ତିଆରି ହୋଇଛି । ଏହି ପାତ୍ର ମହାରାଷ୍ଟ୍ରର କୋଲହାପୁରର ପାରମ୍ପାରିକ କାରିଗରୀର ଏକ ଉତ୍କୃଷ୍ଟ ଉଦାହରଣ ଅଟେ । ଏହି ଅନନ୍ୟ କଳସ ଉଚ୍ଚମାନର ରୂପାରେ ନିର୍ମିତ ଏବଂ କୋଲହାପୁରର ପ୍ରସିଦ୍ଧ ଧାତୁ ସହିତ ଏଥିରେ କଳାର ମଧ୍ୟ ଝଲକ ରହିଛି । ପାରମ୍ପରିକ ଢାଞ୍ଚା ସହିତ ଦେବାଦେବୀମାନଙ୍କର ଚିତ୍ର ମଧ୍ୟ ରହିଛି । ଏହା କଳସର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଛି ।ବାସ୍ତବରେ ଧାର୍ମିକ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ସଲଫର ପଞ୍ଚାମୃତ କଳସକୁ ନିର୍ମିତ କରାଯାଇଛି । ଏହାର ଡିଜାଇନ୍ ଏପରି ଯେ ଏହାକୁ ସହଜରେ ଧରି ରଖାଯାଇପାରିବ ଏବଂ ଏହାର ଢାଙ୍କୁଣୀ ମଧ୍ୟ ସହଜରେ ବ୍ୟବହାର କରାଯାଇପାରିବ । ଏହି କାଲାଶ ପଞ୍ଚାମୃତ କ୍ଷୀର, କଦଳୀ, ଘି, ମହୁ ଏବଂ ଚିନି ମିଶ୍ରଣକୁ ପରିବେଷଣ କରିବା ପାଇଁ ଧାର୍ମିକ ରୀତିନୀତିରେ ବ୍ୟବହୃତ ହୁଏ । ଏହାକୁ ଉପହାର ସ୍ବରୂପ ପ୍ରଦାନ କରି ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ପରମ୍ପରା ଓ ସଂସ୍କୃତି ପ୍ରତି ସମ୍ମାନ ପ୍ରଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ, ନାଇଜେରିଆ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦୀ ଜି -20 ଶିଖର ସମ୍ମିଳନୀରେ ଭାଗ ନେବାକୁ ବ୍ରାଜିଲର ରିଓ ଡି ଜେନେରିଓରେ ପହଞ୍ଚିଛନ୍ତି । ନାଇଜେରିଆରୁ ଫେରିବା ବେଳେ ସେ କହିଛନ୍ତି ଯେ ବିଶ୍ବସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ଏବଂ ଭାରତର ଭୂମିକାକୁ ଦୃଢ କରିବା ପାଇଁ ତତ୍ପର ।

Related Articles

Back to top button