ଟଙ୍କା ଦେଇ ମିଡିଆରେ ମୋ ବିରୋଧରେ ଅପପ୍ରଚାର କରାଯାଉଛି : ନିତିନ ଗଡକରୀ

ମୋତେ ରାଜନୈତିକ ଭାବେ ଟାର୍ଗେଟ କରାଯାଉଛି । ଟଙ୍କା ଦେଇ ମିଡିଆରେ ମୋ ବିରୋଧରେ ଅପପ୍ରଚାର କରାଯାଉଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଏଭଳି ଅଭିଯୋଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।ସୋସାଇଟି ଅଫ୍ ଅଟୋମୋବାଇଲ ମାନ୍ୟୁଫ୍ୟାକ୍ଟର’ର ବାର୍ଷିକ ସମ୍ମିଳନୀକୁ ସମ୍ବୋଧନ କରିବା ସମୟରେ ଇଥାନଲ ବେଣ୍ଡିଂକୁ ନେଇ କରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏଭଳି କହିଥିଲେ ଗଡ଼କରୀ । ସେ କହିଛନ୍ତି, ’ ଅଟୋମୋବାଇଲ ରିସର୍ଚ୍ଚ ଆସୋସିଏସନ୍ ଅଫ୍ ଇଣ୍ଡିଆ ଭଳି ଅଟୋମୋବାଇଲ ସଙ୍ଗଠନ ପେଟ୍ରୋଲରେ ଇଥାନଲ ମିଶାଇବାକୁ ନେଇ ରିପୋର୍ଟ ଦେଇଥିଲା। ଯେଉଁଭଳି ଭାବେ ଉଦ୍ୟୋଗ କାମ କରିଛି ସେଭଳି ଭାବେ ରାଜନୀତି ମଧ୍ୟ ଏହି ସଙ୍ଗଠନ କରୁଛି । ଟଙ୍କା ଦେଇ ମୋ ବିରୋଧରେ ଅଭିଯାନ ଚାଲିଛି । ଏହା କେବଳ ରାଜନୈତିକ ଟାର୍ଗେଟ । ଇଥାନଲ ମିଶ୍ରଣକୁ ନେଇ ସ୍ପଷ୍ଟ ରିପୋର୍ଟ ଥିଲେ ବି ଅଯଥା ଯୁକ୍ତି କରାଯାଉଛି ’।

Related Articles

Back to top button