ଦେଶରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ; ସଙ୍ଗରୋଧରେ ୨୦

ନୂଆଦିଲ୍ଲୀ: କେରଳର ତ୍ରିଶୁରରେ ମଙ୍କିପକ୍ସରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ଡରାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ଯାଞ୍ଚ ରିପୋର୍ଟ ସାମ୍ନାକୁ ଆସିଛି। ଯୁବକଜଣକ ମଙ୍କିପକ୍ସ ଦ୍ବାରା ସଂକ୍ରମିତ ଥିବା ଜଣାପଡ଼ିଛି। ଏହାପରଠାରୁ ସ୍ବାସ୍ଥ୍ୟ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସୂଚନା ମୁତାବକ, ଶନିବାର କେରଳର ତ୍ରିଶୁରରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କଠାରେ ମଙ୍କିପକ୍ସର ଲକ୍ଷଣ ଦେଖା ଦେଇଥିଲା ଓ ସେ ନିକଟରେ ସଂଯୁକ୍ତ ଆରବ ଏମିରେଟ୍‌ସ  ଯାତ୍ରା କରି ଭାରତ ଫେରିଥିଲେ। ଏପର୍ଯ୍ୟନ୍ତ ତାଙ୍କ ସମ୍ପର୍କରେ ଆସିଥିବା ୨୦ ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି।

ଯୁବକ ଜଣକ ୨୨ ଜୁଲାଇରେ ଭାରତରେ ପହଞ୍ଚିଥିଲେ। ଜୁଲାଇ ୨୭ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶନିବାର ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ ୟୁଏଇରେ କରାଯାଇଥିବା ଯାଞ୍ଚ ରିପୋର୍ଟକୁ ଡାକ୍ତରଖାନାରେ ଦାଖଲ କରିଥିଲେ, ଯାହାପରେ ବିଭାଗ ଚକିତ ହୋଇଯାଇଥିଲା। ଏହା ପରେ ଯୁବକଙ୍କର ନମୁନା ପୁଣି ନିଆଯାଇଥିଲା।

Related Articles

Back to top button