
ମେ’ମାସ ୩୧ ତାରିଖ ସୁଦ୍ଧା କେରଳ ଛୁଇଁବ ମୌସୁମୀବାୟୁ
ଅସହ୍ୟ ତାତି ଭିତରେ ଭାରତୀୟ ପାଣିପାଗ ବିଭାଗର ଆଶ୍ୱସ୍ତିକର ସୂଚନା । ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ମେ’ମାସ ୩୧ ତାରିଖ ସୁଦ୍ଧା ମୌସୁମୀବାୟୁ କେରଳ ଛୁଇଁବ ।ଅନ୍ୟପଟେ ପାଣିପାଗ ବିଭାଗ କହିଛି କି ଚଳିତ ବର୍ଷ ଦେଶରେ ସାମାନ୍ୟରୁ ଅଧିକ ବର୍ଷା ହୋଇପାରେ । ଏହି କ୍ରମରେ ଦେଶରେ ୮୭ ସେଣ୍ଟିମିଟର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ କେରଳରେ ମୌସୁମୀ ବାୟୁ ମେ’୩୧ ଅର୍ଥାତ ଗୋଟିଏ ଦିନ ଆଗରୁ ପହଂଚୁଥିବା ବେଳେ ଓଡିଶାରେ ଜୁନ ୧୧ ରୁ ୧୬ ତାରିଖ ମଧ୍ୟରେ ମୌସୁମୀ ବାୟୁ ପହଂଚିବ ବୋଲି ପୂର୍ବାନୁମାନ କରାଯାଇଛି ।
ଗତବର୍ଷ ଜୁନ ୮ ତାରିଖରେ ମୌସୁମୀ ବାୟୁ କେରଳରେ ପହଂଚିଥିଲା । ଯଦି ମୌସୁମୀ ବାୟୁ କେରଳ ପହଂଚିବାର ଇତିହାସ ଦେଖିବା ତେବେ ୧୯୧୮ ମସିହାରେ ସବୁଠାରୁ ଶୀଘ୍ର ଅର୍ଥାତ ମେ ୧୧ ତାରିଖରେ ମୌସୁମୀ ବାୟୁ ପହଂଚିଥିବା ବେଳେ ସବୁଠୁ ବିଳମ୍ବ ୧୯୭୨ ମସିହାରେ ଜୁନ ୧୮ ତାରିଖରେ କେରଳରେ ମୌସୁମୀ ବାୟୁ ପହଂଚିଥିଲା ।