ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଛି ।

ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଛି । ଆଣ୍ଡାମାନ ସାଗରରେ ପାଦ ଥାପିବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ ଏବଂ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।ତେବେ ୧୩ ତାରିଖ ଦିନ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବା ନେଇ ପୂର୍ବରୁ ଆକଳନ କରିଥିଲା ପାଣିପାଗ ବିଭାଗ । ମେ’ ୧୩ରେ ଆଣ୍ଡାମାନ ଛୁଇଁବା ପରେ ମୌସୁମୀ ୨୭ ମେ’କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ଆଣ୍ଡାମାନ ଛୁଇଁବା ପରେ ଆସନ୍ତା ୨୭ରେ କେରଳ ଛୁଇଁବା ନେଇ ଆକଳନ କରାଯାଇଛି ।

Related Articles

Back to top button