ବଡ଼ ଧରଣର ସାଇବର ଆଟାକ: ଭାରତର ୨ ହଜାରରୁ ଅଧିକ ୱେବ୍‌ସାଇଟ୍‌ ହ୍ୟାକ୍

ସାଇବର ଅପରାଧୀମାନେ ନୂପୁର ଶର୍ମାଙ୍କର ସମସ୍ତ ବ୍ୟକ୍ତିଗତ ସୂଚନା ଲିକ୍ କରିଦେଇଛନ୍ତି

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀ ମନ୍ତବ୍ୟ ଦେଇ ଦଣ୍ଡିତ ହୋଇଥିବା ନୂପୁର ଶର୍ମାଙ୍କ ବିରୋଧରେ ଏବେ ବି ଆକ୍ରମଣ ଜାରି ରହିଛି। ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ ସାଇବର ଆଟାକ ହେଉଛି। କିଛି ଇସ୍‌ଲାମିକ ଦେଶର ହ୍ୟାକରମାନେ ସାଇବର ଆଟାକ୍ କରିବାକୁ ଅନ୍ୟ ଇସଲାମିକ ଦେଶକୁ ଆହ୍ୱାନ ଦେଇଛନ୍ତି।

ମାଲେସିଆ ଏବଂ ଇଣ୍ଡୋନେସିଆର ହ୍ୟାକରମାନେ ଭାରତ ବିରୋଧରେ ସାଇବର ଯୁଦ୍ଧ ଆରମ୍ବ କରିଦେଇଛନ୍ତି। ଅନ୍ୟ ଦେଶମାନଙ୍କୁ ମଧ୍ୟ ସାଇବାର ଯୁଦ୍ଧ ଆରମ୍ଭ କରିବାକୁ ଆହ୍ୱାନ ଦେଇଥିବା ଅହମଦାବାଦ ପୁଲିସ ସୂଚନା ଦେଇଛି। ସବୁଠାରୁ ବଡ଼କଥା ହେଲା ଏହି ଗ୍ରୁପ୍ ନୂପୁର ଶର୍ମାଙ୍କ ବ୍ୟକ୍ତିଗତ ସମସ୍ତ ତଥ୍ୟ ଯଥା ଆଧାର କାର୍ଡ ସୂଚନାକୁ ମଧ୍ୟ ଅନ୍‌ଲାଇନ୍ ଲିକ୍ କରାଯାଇଛି।

ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଅହମଦାବାଦର ସାଇବର କ୍ରାଇମ୍ ଅଫିସ ପକ୍ଷରୁ ମାଲେସିଆ ଓ ଇଣ୍ଡୋନେସିଆ ସରକାରଙ୍କୁ ଅବଗତ କରାଯାଇଛି। ତା ସହ ଇଣ୍ଟରପୋଲକୁ ମଧ୍ୟ ଲିଖିତ ଆକାରରେ ଅଭିଯୋଗ କରାଯାଇଛି। ହ୍ୟାକର ଗ୍ରୁପ୍‌ଗୁଡ଼ିକୁ ଲୁକ୍ଆଉଟ୍ ନୋଟିସ ଜାରି କରିବାକୁ ଅହମଦାବାଦ ଅଫିସ ପକ୍ଷରୁ ଲିଖିତ ଆକାରରେ ଅଭିଯୋଗ କରାଯାଇଛି।

ସୂଚନା ଅନୁସାରେ ଭାରତରେ ପ୍ରାୟ ୨ ହଜାରରୁ ଅଧିକ ୱେବ୍‌ସାଇଟ୍ ଉପରେ ସାଇବର ଆଟାକ ହୋଇଛି। ଏଥିରେ ମହାରାଷ୍ଟ୍ରର ଥାନେ ପୁଲିସ ଷ୍ଟେସନ୍ ଓ ଆନ୍ଧ୍ରପ୍ରଦେଶ ପୁଲିସ ୱେବ୍‌ସାଇଟ୍‌ ରହିଛି। ସେହିପରି ଆସାମର ଏକ ନ୍ୟୁଜ୍‌ ଚ୍ୟାନେଲ୍‌ ୱେବ୍‌ସାଇଟକୁ ମଧ୍ୟ ହ୍ୟାକ୍ କରିଛନ୍ତି ବିଦେଶୀ ହ୍ୟାକର। ଏପଟେ ପାକିସ୍ତାନରେ ଟିଭି ଚ୍ୟାନେଲ୍‌ରେ ହ୍ୟାକ୍ ନେଇ ମଧ୍ୟ ସୂଚନା ଦିଆଯାଇଛି।

ସାଇବର ଅପରାଧୀମାନେ ନୂପୁର ଶର୍ମାଙ୍କର ସମସ୍ତ ବ୍ୟକ୍ତିଗତ ସୂଚନା ଲିକ୍ କରିଦେଇଛନ୍ତି। ଯଥା ତାଙ୍କର ଆଧାର କାର୍ଡ, ପାନ କାର୍ଡ ସହ ତାଙ୍କର ଆଡ୍ରେସ୍‌ ସବୁ ଅନ୍‌ଲାଇନ୍‌ରେ ଲିକ୍ କରାଯାଇଛି।

Related Articles

Back to top button