ମା’-ପୁଅ ଏକାଠି ପାସ୍‌ କଲେ ପବ୍ଲିକ୍‌ ସର୍ଭିସ୍‌ କମିଶନ ପରୀକ୍ଷା

ଥିରୁଭାନନ୍ତପୁରମ୍‌: କେରଳରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ସମସ୍ତ ଶିକୁଳି ଭାଙ୍ଗି ଜଣେ ୪୨ ବର୍ଷୀୟା ମା’ ଏବଂ ୨୪ ବର୍ଷର ପୁଅ ଏକାଠି ଜନସେବା ଆୟୋଗ(ପିଏସ୍‌ସି)ପରୀକ୍ଷାରେ ପାସ୍‌ କରିଛନ୍ତି।
ଉଭୟ ମା’ ଏବଂ ପୁଅ କେରଳର ମାଲାପୁରାମର ବାସିନ୍ଦା। ମା’ଙ୍କ ନାମ ବିନ୍ଦୁ ଏବଂ ପୁଅର ନାମ ବିବେକ। ଏହି ସଫଳତା ଉପରେ ତାଙ୍କ ଅଭିଜ୍ଞତା ବାଣ୍ଟି ବିବେକ କହିଛନ୍ତି, ଆମେ ଏକାଠି କୋଚିଂ କ୍ଲାସ ଯାଉଥିଲୁ। ବାପା ଆମ ପାଇଁ ଏହାର ବ୍ୟବସ୍ଥା କରିଥିଲେ। ଶିକ୍ଷକମାନଙ୍କଠାରୁ ଆମେ ଅନେକ ପ୍ରେରଣା ପାଇଥିଲୁ। ଏକାଠି ଅଧ୍ୟୟନ କଲୁ କିନ୍ତୁ କେବେ ଭାବି ନ ଥିଲୁ ଯେ ସଫଳ ହେବୁ। ଆମେ ଦୁହେଁ ବହୁତ ଖୁସି। ପିଏସ୍‌ସିରେ ସଫଳ ହେବାର ଖୁସି ମା’ଙ୍କ ମୁହଁରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା। ସେ ଖୁସିରେ ଆତ୍ମହରା ହୋଇପଡିଥିଲେ।
ବିନ୍ଦୁ ବିବେକଙ୍କୁ ଅଧ୍ୟୟନ ପାଇଁ ଉତ୍ସାହିତ କରିବାର ଏକ ନିଆରା ଉପାୟ ବାହାର କରିଥିଲେ। ବିବେକଙ୍କୁ ଦଶ ବର୍ଷ ହୋଇଥିବାବେଳେ ବିନ୍ଦୁ ମଧ୍ୟ ବହି ପଢିବା ଆରମ୍ଭ କରିଥିଲେ। ଏହା ଦେଖି ବିବେକ ମଧ୍ୟ ପାଠପଢିବା ପ୍ରତି ଉତ୍ସାହିତ ହୋଇଥିଲେ। ଏହାସହିତ ପୁଅ ସହିତ ବିନ୍ଦୁଙ୍କ ଅଧ୍ୟୟନ ମଧ୍ୟ ଆରମ୍ଭ ହୋଇଥିଲା। ଶେଷରେ ଉଭୟ ପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସୂଚନାନୁସାରେ, ବିନ୍ଦୁ ଲୋୟର ଡିଭିଜନାଲ କ୍ଲର୍କ ପରୀକ୍ଷାରେ ୩୮ ତମ ର଼୍ୟାଙ୍କ୍‌ ହାସଲ କରିଥିବାବେଳେ ତାଙ୍କ ପୁଅ ବିବେକ ୯୨ତମ ର଼୍ୟାଙ୍କ୍‌ ହାସଲ କରିଛନ୍ତି। ବିନ୍ଦୁ ପୂର୍ବରୁ ତିନୋଟି ଚେଷ୍ଟା କରିଥିଲେ, ଶେଷରେ ଚତୁର୍ଥ ଥର ସଫଳତା ପାଇଥିଲେ।
କେରଳରେ ଏହି ପୋଷ୍ଟଗୁଡିକ ପାଇଁ ବୟସ ସୀମା ୪୦ ବର୍ଷ କିନ୍ତୁ ସ୍ବତନ୍ତ୍ର ବର୍ଗ ପାଇଁ ବୟସ ଆରାମ ଅଛି। ଓବିସି ବର୍ଗ ପାଇଁ ତିନି ବର୍ଷର ବୟସ କୋହଳ ଥିବାବେଳେ ଏସସି/ଏସଟି ଏବଂ ବିଧବା ପ୍ରାର୍ଥୀଙ୍କ ପାଇଁ ପାଞ୍ଚ ବର୍ଷର କୋହଳ ବ୍ୟବସ୍ଥା ରହିଛି। ସେହି ସମୟରେ, ବଧିର ଏବଂ ଅନ୍ଧମାନଙ୍କ ପାଇଁ, ଏହି କୋହଳ ୧୫ ବର୍ଷର ଏବଂ ଭିନ୍ନକ୍ଷମମାନଙ୍କ ପାଇଁ, ଏହି ପୋଷ୍ଟଗୁଡିକରେ ୧୦ ବର୍ଷର ବୟସ କୋହଳ ପ୍ରଦାନ କରାଯାଇଥାଏ।

Related Articles

Back to top button