ଆଇପିୟୁକୁ ମନୋନୀତ ହେଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନ୍ତର୍ଜାତୀୟ ସ୍ତରରେ Inter-Parliamentary Union (IPU) ରେ ଭାରତର ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଦ୍ୱାରା ସେ ମନୋନୀତ ହୋଇଛନ୍ତି। ଏ ନେଇ ସାଂସଦ ପ୍ରଧାନମନ୍ତ୍ରୀ ଏବଂ ବାଚସ୍ପତି ଓମ୍ ବିର୍ଲାଙ୍କୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଏହି ଆଇପିୟୁ ଟିମ୍ ଆଗାମୀ ଅକ୍ଟୋବର ୯ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ୯ ଦିନିଆ ମଧ୍ୟ୍ୟ ଆଫ୍ରିକା ସ୍ଥିତ ରୱାଣ୍ଡା ରାଜଧାନୀ କିୱାଲି ଗସ୍ତରେ ଯିବେ । ଯେଉଁଥିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ରହିଛନ୍ତି। ୧୭୮ ଦେଶକୁ ନେଇ ଗଠିତ ଆଇପିୟୁରେ ୧୫ ଜଣିଆ ପରିଚାଳନା ପାଇଁ ଗୋଟିଏ ପଦ ଖାଲି ହୋଇଥିବାରୁ ଏହା ପାଇଁ ନିର୍ବାଚନ ହେବାକୁ ଯାଉଛି ଏବଂ ଭାରତ ତରଫରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ପାର୍ଥୀ ହୋଇଛନ୍ତି। ଆଗାମୀ ୯ ତାରିଖରୁ ୧୨ ମଧ୍ୟରେ ଏହି ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ।

ବିଗତ ବହୁ ବର୍ଷ ଧରି ଭାରତରୁ କେହି ଏହି ସମିତିରେ ସଦସ୍ୟ ହୋଇନଥିଲେ ଏହା ଆମ ସମସ୍ତଙ୍କ ପାଇଁ ସମ୍ମାନ ଏବଂ ଗର୍ବର ବିଷୟ। ଏ ନେଇ ବିଦ୍ଧିବଦ୍ଧ ଭାବେ ନିର୍ଦ୍ଦେଶନାମା ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଛି।

Related Articles

Back to top button