ପରିବର୍ତ୍ତନ ହେଲା ରାଷ୍ଟ୍ରପତି ଭବନ ଉଦ୍ୟାନ ନାମ, ଆଜି ରାଷ୍ଟ୍ରପତି ଉଦ୍‌ଘାଟନ କରିବେ ଉଦ୍ୟାନ ଉତ୍ସବ -୨୦୨୩

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ୟାନ ଉତ୍ସବ -୨୦୨୩କୁ ଉଦ୍‌ଘାଟନ କରିବେ। ଜାନୁଆରି ୩୧ ରୁ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଏହି ଉଦ୍ୟାନ ଖୋଲାରହିବ । ରାଷ୍ଟ୍ରପତି ଭବନ ଉଦ୍ୟାନ ପରିଦର୍ଶନ କରିବା ପାଇଁ ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ ଅଲଗା ଅଲଗା ବ୍ୟବସ୍ଥା ହୋଇଛି । ରାଷ୍ଟ୍ରପତି ଭବନ ଉଦ୍ୟାନରେ ୫୦ ହଜାରରୁ ଅଧିକ ଗଛଲତା ରହିଛି । ପ୍ରତ୍ୟେକ ଗଛ ସମ୍ପର୍କରେ ସୂଚନା ପାଇବା ପାଇଁ ‘କ୍ୟୁଆର୍‌ କୋଡ୍‌’ର ବ୍ୟବସ୍ଥା କରାଯାଇଛି।

ଭ୍ରମଣକାରୀ କ୍ୟୁଆର୍‌ କୋଡ୍‌କୁ ସ୍କାନ୍‌ କରି ଗଛ ସମ୍ପର୍କରେ ଅଧିକ ସୂଚନା ପାଇପାରିବେ। ଉଦ୍ୟାନରେ ମଧ୍ୟ ସେଲଫି ପଏଣ୍ଟର ବ୍ୟବସ୍ଥା ହୋଇଛି। ଏଥିସହ ଆଗନ୍ତୁକମାନଙ୍କୁ ସହାୟତା ଦେବା ପାଇଁ ପ୍ରତି ଦିନ ୨୦ ଯୁବ ବୃତ୍ତିଧାରୀ ଗାଇଡ୍‌ ଭାବେ କାର୍ଯ୍ୟ କରିବେ। ସେମାନଙ୍କ ପାଇଁ ଫୁଡ୍‌ କୋର୍ଟର ବ୍ୟବସ୍ଥା ରହିବ। ଚାଷୀମାନଙ୍କ ପାଇଁ ମାର୍ଚ୍ଚ ୨୮, ଦିବ୍ୟାଙ୍ଗମାନଙ୍କ ପାଇଁ ମାର୍ଚ୍ଚ ୨୯, ପ୍ରତିରକ୍ଷା, ଅର୍ଦ୍ଧ ସାମରିକ ଓ ପୋଲିସ ବାହିନୀ ପାଇଁ ମାର୍ଚ୍ଚ ୩୦, ମହିଳା ଓ ଏସ୍‌ଏଚ୍‌ଜିମାନଙ୍କ ପାଇଁ ମାର୍ଚ୍ଚ ୩୧ ଉଦ୍ୟାନ ଖୋଲାରହିବ।

Related Articles

Back to top button