ଏଜି ଭାବେ ଦ୍ବିତୀୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିବେ ରୋହତଗୀ

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି ପୁଣି ଥରେ ଭାରତର ଆଟର୍ଣ୍ଣି ଜେନେରାଲ୍ ଭାବରେ ଦାୟିତ୍ବ ଗ୍ରହଣ କରିବେ। ଆଟର୍ଣ୍ଣି ଜେନେରାଲ ଭାବରେ ଦ୍ବିତୀୟ ଥର ପାଇଁ ରୋହତଗୀ ନିଯୁକ୍ତ ହେବାକୁ ଯାଉଛନ୍ତି। ଅକ୍ଟୋବର ୧ରୁ ସେ ଦାୟିତ୍ୱ ଗ୍ରହଣ କରିବେ। କେନ୍ଦ୍ର ସରକାର ରୋହତଗିଙ୍କ ନାମରେ ମାେହର ମାରିଛନ୍ତି।  ଏହାପୂର୍ବରୁ ୨୦୧୪ ରୁ ୨୦୧୭ ମଧ୍ୟରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ସରକାରରେ ମଧ୍ୟ ଆଟର୍ଣ୍ଣି ଜେନେରାଲ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ବିଶେଷଜ୍ଞମାନେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନୁରୋଧ ପରେ ରୋହତଗୀ ଏହି ପଦ ଗ୍ରହଣ କରିବାକୁ ରାଜି ହୋଇଛନ୍ତି। ସେ ବର୍ତ୍ତମାନର ଏଜି କେ କେ ଭେନୁଗୋପାଲଙ୍କ ସ୍ଥାନ ନେବେ। ଭେନୁଗୋପାଲ ସେପ୍ଟେମ୍ବର ୩୦ ପରେ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି।

କେ.କେ ଭେନୁଗୋପାଳଙ୍କ କାର୍ଯ୍ୟକାଳରେ ତିନିଥର ଏକ୍ସଟେନ୍ସନ୍ ପାଇଛନ୍ତି। ଶୁଣାଣି ସମୟରେ ସେ ସୂଚାଇ ଦେଇଛନ୍ତି ଯେ ବର୍ତ୍ତମାନର କାର୍ଯ୍ୟକାଳ ଶେଷ ହେବା ପରେ ସେ ଏଜି ଭାବରେ ଆଉ ଦାୟିତ୍ୱ ନେବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ୨୦୨୦ରେ ଭେନୁ ଗୋପଳଙ୍କର ତିନି ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ସେ ଏହି ପଦ ଛାଡିବାକୁ ଇଚ୍ଛା ପ୍ରକାଶ କରିଥିଲେ କିନ୍ତୁ କେନ୍ଦ୍ର ସରକାର ତାଙ୍କୁ ଏଜି ଦାୟିତ୍ୱରେ ରହିବାକୁ ଅନୁରୋଧ କରିଥିଲେ।

ସୂତ୍ରରୁ ପ୍ରକାଶ ଯେ ୨୦୧୭ରେ ରୋହତଗୀ ଏଜି ପଦ ଛାଡିବା ପରେ ମଧ୍ୟ ଧାରା ୩୭୦ ରଦ୍ଦ ସହିତ ଅନେକ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ଭାରତର ଜଣେ ହାଇ ପ୍ରୋଫାଇଲ୍ ଓକିଲ ରୋହତଗି ଗୁଜୁରାଟ ଦଙ୍ଗା ଭଳି ଅନେକ ବଡ ମାମଲା ସହ ଲଢିଛନ୍ତି। ସେହି ସମୟ ମଧ୍ୟରେ ସେ କୋର୍ଟରେ ଗୁଜରାଟ ସରକାରଙ୍କ ପକ୍ଷ ଉପସ୍ଥାପନ କରିଥିଲେ। ଅର୍ଥାତ୍ ମୋଦୀ ସରକାରର ପକ୍ଷ ରଖିଥିଲେ।

Related Articles

Back to top button