ମୁଲାୟମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି(ଏସ୍‌ପି)ର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍‌ ସିଂହ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି ବୁଧବାର ଏସ୍‌ପି ପକ୍ଷରୁ ଟୁଇଟ କରାଯାଇ ସୂଚନା ଦିଆଯାଇଛି। ଡାକ୍ତରଙ୍କ ଏକ ଟିମ୍‌ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଏଥିସହ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଉଛି ବୋଲି ଦଳ କହିଛି। ସୂଚନାଯୋଗ୍ୟ, ମଙ୍ଗଳବାର ତାଙ୍କୁ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ୮୨ବର୍ଷୀୟ ଯାଦବ ସୋମବାର ପର୍ଯ୍ୟନ୍ତ ହସ୍ପିଟାଲର କ୍ରିଟିକାଲ ୟୁନିଟ୍‌ରେ ଭର୍ତ୍ତି ଥିଲେ।

Related Articles

Back to top button