ମୁମ୍ବାଇ ଏୟାରପୋର୍ଟରେ ଡାଉନ ହେଲା ସର୍ଭର: ଚେକିଂ ପାଇଁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଲମ୍ବା ଲାଇନ୍

ମୁମ୍ବାଇ: ମୁମ୍ବାଇ ଏୟାରପୋର୍ଟର ଟର୍ମିନାଲ-୨ରେ ସିଷ୍ଟମ କ୍ରାସ୍ ହେବା କାରଣରୁ ଯାତ୍ରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଛି। ସିଷ୍ଟମ ଡାଉନ ହେବା ଫଳରେ ଏୟାରପୋର୍ଟରେ ଯାତ୍ରୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ଏହି ସବୁ ଯାତ୍ରୀମାନେ ଚେକିଂ ପାଇଁ ଅପେକ୍ଷା କରିଥିବାବେଳେ ହଠାତ୍ ସିଷ୍ଟମ କ୍ରାସ୍ ହୋଇଯାଇଥିଲା। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇ ଏୟାରପୋର୍ଟରେ CITA ସିଷ୍ଟମ ଡାଉନ ହୋଇଛି। ମୁମ୍ବାଇ ଏୟାରପୋର୍ଟରେ ସବୁ କାମ CITA ଦ୍ବାରା​‌ ହୋଇଥାଏ। ଏହାଦ୍ବାର ହିଁ ଏୟାରପୋର୍ଟ ସର୍ଭର ପରିଚାଳିତ ହୋଇଥାଏ। ତେବେ ସିଷ୍ଟମ ଡାଉନ ହେବା କାରଣରୁ ଯାତ୍ରୀଙ୍କ ସହ ଏୟାରପୋର୍ଟ କର୍ମଚାରୀଙ୍କ ମଧ୍ୟ ଅସୁବିଧାର କାରଣ ପାଲଟିଛି। କୁହାଯାଉଛି ଛତ୍ରପତି ଶିବାଜୀ ଟର୍ମିନାଲର ଦୁଇ ଟର୍ମିନାଲ ମଧ୍ୟରୁ ଗୋଟିଏ।

ସେପେଟେ ସିଷ୍ଟମ ଡାଉନ ହେବାକୁ ନେଇ ଅନେକ ଯାତ୍ରୀ ଟ୍ବିଟ୍ କରିଛନ୍ତି। ସେପଟେ ସିଷ୍ଟମ ଡାଉନକୁ ନେଇ ଏୟାର ଇଣ୍ଡିଆ ମଧ୍ୟ ଏକ ଟ୍ବିଟ୍ କରିଛି। ଏହା ସହ ବିମାନ ବନ୍ଦର ତରଫରୁ ମଧ୍ୟ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରହିଥିବା ନେଇ କୁହାଯାଇଛି।

Related Articles

Back to top button