ବମ୍ବେ ହାଇକୋର୍ଟର ନିଷ୍ପତ୍ତିକୁ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି

୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ ବମ୍ବେ ହାଇକୋର୍ଟର ନିଷ୍ପତ୍ତିକୁ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ସୁପ୍ରିମକୋର୍ଟ ଆବେଦନର ଶୁଣାଣି ପାଇଁ ୨୪ ଜୁଲାଇକୁ ତାରିଖ ଧାର୍ଯ୍ୟ କରିଛନ୍ତି ।ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରି ହାଇକୋର୍ଟଙ୍କ ନିଷ୍ପତ୍ତିକୁ “ନ୍ୟାୟ ସ୍ୱାର୍ଥରେ ଅନୁଚିତ” ବୋଲି କହିଛନ୍ତି । ସରକାର ଯୁକ୍ତି ରଖିଛନ୍ତି ଯେ ଏହି ମାମଲାରେ ଦୃଢ଼ ପ୍ରମାଣ ଅଛି ଏବଂ ହାଇକୋର୍ଟଙ୍କ ନିଷ୍ପତ୍ତି ପୀଡିତଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛି।

ବମ୍ବେ ହାଇକୋର୍ଟ ସୋମବାର ଦିନ ୧୧ ଜୁଲାଇ ୨୦୦୬ରେ ମୁମ୍ବାଇର ଏକାଧିକ ଟ୍ରେନରେ ହୋଇଥିବା ସାତଟି ବୋମା ବିସ୍ଫୋରଣ ଘଟଣାରେ ସମସ୍ତ ୧୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରି କହିଛନ୍ତି । ଏହି ଆତଙ୍କବାଦୀ ଆକ୍ରମଣରେ ୧୮୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଶହ ଶହ ଲୋକ ଆହତ ହୋଇଥିଲେ । ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସରକାରୀ ଓକିଲ ସେମାନଙ୍କ ବିରୁଦ୍ଧରେ ମାମଲା ପ୍ରମାଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଏବଂ ଅଭିଯୁକ୍ତମାନେ ଅପରାଧ କରିଛନ୍ତି ବୋଲି ବିଶ୍ୱାସ କରିବା କଷ୍ଟକର ବୋଲି କୋର୍ଟ କହିଛନ୍ତି । ବିଚାରପତି ଅନିଲ କିଲୋର ଏବଂ ବିଚାରପତି ଶ୍ୟାମ ଚଣ୍ଡକଙ୍କ ସ୍ୱତନ୍ତ୍ର ଖଣ୍ଡପୀଠ ମାମଲାରେ ଶୁଣାଣି କରିଥିଲେ ।

Related Articles

Back to top button