ଅବୈଧ ହାଇଟେକ ଫିଲ୍ମ ଷ୍ଟୁଡିଓ ଉପରେ ଚାଲିଲା ବୁଲଡୋଜର

ମୁମ୍ବାଇ: ମୁମ୍ବାଇର ସମୁଦ୍ର କୂଳରେ ଅବୈଧ ଭାବେ ନିର୍ମାଣ କରାଯାଇଥିବା ଏକ ହଜାର କୋଟିର ଷ୍ଟୁଡିଓକୁ ବିଏମସି ଭାଙ୍ଗି ଦେଇଛି । ବିଜେପି ନେତା ତଥା ପୂର୍ବତନ ଏମପି କିରୀଟ ସୌମ୍ୟା ଏଥିନେଇ ପ୍ରଥମେ ଅଭିଯୋଗ କରିଥିଲେ । ସେ ସିଧାସଳଖ ପୂର୍ବ ମନ୍ତ୍ରୀ ଆଦିତ୍ୟ ଠାକରେ ଓ ଅସଲମ ଶେଖଙ୍କୁ ଏଥିପାଇଁ ଦାୟୀ କରିଥିଲେ । ୫ ଲକ୍ଷ ବର୍ଗଫୁଟରେ ନିର୍ମିତ ଏହି ହାଇଟେକ ଷ୍ଟୁଡିଓ ୨୦୨୧ରେ ନିର୍ମିତ ହୋଇଥିଲା । କେହି ସ୍ୱପ୍ନରେ ବି ଚିନ୍ତା କରି ନ ଥିଲେ ଯେ, ଏହା ଉପରେ ବୁଲଡୋଜର ଚାଲିବ ।

ନିକଟରେ ରାମସେତୁ ଓ ଆଦିପୁରୁଷ ଫିଲ୍ମର ଶୁଟିଂ ଏଠାରେ କରା ଯାଇଥିଲା । କିରୀଟ ୪୯ ଅବୈଧ ଷ୍ଟୁଡିଓ ଓ ୨୨ ଅଟ୍ଟାଳିକାକୁ ଭାଙ୍ଗିବା ପାଇଁ ବିଏମସିକୁ ଅନୁରୋଧ କରିଥିଲେ । ଆଜି ଏହା ଭଙ୍ଗାଯିବା ପରେ ସେ କହିଛନ୍ତି, ଠାକରେ ସରକାରଙ୍କ ଭ୍ରଷ୍ଟାଚାରର ସ୍ମାରକ ଆଜି ମାଟିରେ ମିଶିଛି । ଷ୍ଟୁଡିଓ ମାଫିଆଙ୍କ ବିରୋଧରେ ଆମେ ୨ ବର୍ଷ ଧରି ଲଢ଼େଇ ଲଢ଼ୁଛି । କୋର୍ଟଙ୍କ ଆଦେଶ କ୍ରମେ ଏହା ଭଙ୍ଗାଯିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ । ପୂର୍ବ ସରକାରଙ୍କ ମନ୍ତ୍ରୀ ଓ ଅଫିସର ସବୁ ଜାଣି ମଧ୍ୟ ନୀରବ ରହୁଥିଲେ ବୋଲି ସେ କହିଛନ୍ତି ।

Related Articles

Back to top button