୧୧୯ ବର୍ଷ ପରେ ନାଗାଲାଣ୍ଡକୁ ମିଳିଲା ଦ୍ୱିତୀୟ ରେଳ ଷ୍ଟେଶନ

କୋହିମା :  ନାଗାଲାଣ୍ଡର ଶୋଖୁଭିରେ ରାଜ୍ୟର ଦ୍ୱିତୀୟ ରେଳ ଷ୍ଟେଶନ ସ୍ଥାପିତ ହୋଇଛି। ଦୀର୍ଘ ୧୧୯ ବର୍ଷ ପରେ ରାଜ୍ୟକୁ ଦ୍ୱିତୀୟ ଷ୍ଟେଶନ ମିଳିଛି। ଦିମାପୁରରେ ୧୯୦୩ ମସିହାରେ ପ୍ରଥମ ରେଳ ଷ୍ଷେଶନ ନିର୍ମିତ ହୋଇଥିଲା ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ଦ୍ୱିତୀୟ ଷ୍ଟେଶନରୁୁ ଡୋନି ପୋଲୋ ଏକ୍ସପ୍ରେସକୁ ପତାକା ଦେଖାଇ ଯାତ୍ରା କରିବା ଲାଗି ଅନୁମତି ଦେଇଛନ୍ତି।

ଏହି ଟ୍ରେନ ଆସାମର ଗୁଆହାଟି ଏବଂ ଅରୁଣାଚଳ ପ୍ରଦେଶର ନହରଲାଗୁନ ମଧ୍ୟରେ ବୈନିକ କଳାକଳ କରୁଛି। ବର୍ତ୍ତମାନ ଏହି ଟ୍ରେନ ସେବାକୁ ଦିମାପୁର ଠାରୁ କିଛି କିଲୋମିଟର ଦୂରରେ ଥିବା ଶୋଖୁଭି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଧୋନି ପୋଲୋ ଏକ୍ସପ୍ରେସର ଶୋଖୁଭି ରେଳ ଷ୍ଟେଶନର ସମ୍ପ୍ରସାରଣ ସହିତ ବର୍ତ୍ତମାନ ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ଟ୍ରେନ ସେବା ଦ୍ୱାରା ସିଧାସଳଖ ସଂଯୋଗ ହେବ। ରେଳ ଷ୍ଟେଶନର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନାଗାଲାଣ୍ଡ ପାଇଁ ଏହା ଏକ ଐତିହାସିକ ଦିନ।

ଦିମାପୁର ରେଳ ଷ୍ଟେଶନ ସଠିକ ଭାବରେ ବିକଶିତ ହୋଇଛି ଯାହା ଦ୍ୱାରା ଏହା ସମସ୍ତଙ୍କ ପାଇଁ ଲାଭଦାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଏହାଦ୍ୱାରା କେବଳ ନାଗାଲାଣ୍ଡର ଲୋକ ନୁହେଁ ବରଂ ପଡୋଶୀ ଆସାମର ଲୋକମାନେ ମଧ୍ୟ ଉପକୃତ ହୋଇ ପାରିବେ।

ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ଜେନେରାଲ ମ୍ୟାନେଜର ଅନସୁଲ ଗୁପ୍ତା କହିଛନ୍ତି ଯେ ଭାରତୀୟ ରେଳବାଇ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ଯେ ଉତ୍ତର ପୂର୍ବ ରାଜ୍ୟର ସମସ୍ତ ରାଜଧାନୀକୁ ରେଳବାଇ ସହିତ ସମୟ ସୀମା ମଧ୍ୟରେ ଯୋଡିବା ପାଇଁ ଏହି ବଡ ପ୍ରୟାସ କରାଯାଉଛି।

ଏଥିସହ ଆସାମର ଧାନସିରୀରୁ ନାଗାଲାଣ୍ଡର କୋହିମା ଜିଲାର ଜୁବା ପର୍ଯ୍ୟନ୍ତ ୯୦ କିଲୋମିଟର ବ୍ରଡ ଗଜ ମାର୍ଗର ମୂଳଦୁଆ ପକାଯାଇଥିଲା ଯେଉଁଥିପାଇଁ କାର୍ଯ୍ୟ ଚାଲିଛି। ଏହାର ନିର୍ମାଣ ସମୟସୀମା ୨୦୨୦ ରୁ୨୦୨୪ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗୁପ୍ତା କହିଛନ୍ତି ଯେ ଏହି ଲାଇନଟି ନୂଆ କୋହିମା ଏବଂ ଇମ୍ଫାଲ ଦେଇ ଆଇଜ୍ୱାଲ ପର୍ଯ୍ୟନ୍ତ ବିସ୍ତାର କରାଯିବ।

Related Articles

Back to top button