
ବିଦେଶୀ ଆକ୍ରମଣକାରୀଙ୍କ ନାମରେ ନାମିତ ସହର, ରାସ୍ତା, କୋଠାର ନାମ ବଦଳାଇବାକୁ ସୁପ୍ରିମ୍କୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ
ନୂଆଦିଲ୍ଲୀ: ଦେଶରେ ବିଦେଶୀ ଆକ୍ରମଣକାରୀଙ୍କ ନାମରେ ସହର, ସଡ଼କ, କୋଠା ଏବଂ ଅନୁଷ୍ଠାନର ନାମ ପରିବର୍ତ୍ତନ କରିବାକୁ ଆୟୋଗ ଗଠନ ଦାବିରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରାଯାଇଛି। ଆବେଦନକାରୀ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଆବେଦନରେ ଏକ ହଜାରରୁ ଅଧିକ ନାମ ଉଲ୍ଲେଖ କରାଯାଇଛି। ସମ୍ବିଧାନର ଧାରା ୨୧, ୨୫ ଏବଂ ୨୯ କୁ ଉଲ୍ଲେଖ କରି, ଏସବୁର ପୁଣି ନାମକରଣ ଲାଗି କମିଶନ ଗଠନ ପାଇଁ ଆଦେଶ ଦେବାକୁ ଆବେଦନ କରାଯାଇଛି। ଏହି ଆବେଦନରେ ଏହି ଐତିହାସିକ ଭୁଲଗୁଡ଼ିକୁ ସଂଶୋଧନ କରିବାକୁ କୁହାଯାଇଛି।
ଔରଙ୍ଗଜେବ ରୋଡ, ଔରଙ୍ଗାବାଦ, ଆହ୍ଲାବାଦ, ରାଜପଥ ଭଳି ଅନେକ ନାମ ପରିବର୍ତ୍ତନ କରାଯାଇଥିବା ଦର୍ଶାଇ ସ୍ବଦେଶୀକରଣ ବିଷୟରେ ଉଲ୍ଲେଖ କରାଯାଇଛି। ଐତିହାସିକ ତ୍ରୁଟି ସଂଶୋଧନ କରିବାକୁ ଅଶ୍ୱିନୀ ଉପାଧ୍ୟାୟ କୋର୍ଟର ଅନେକ ନିଷ୍ପତ୍ତି ବିଷୟରେ ମଧ୍ୟ ଏଥିରେ ଉଲ୍ଲେଖ କରିଛନ୍ତି।