ନରେନ୍ଦ୍ର ମୋଦୀଙ୍କୁ ବିଶ୍ୱର ସବୁଠୁ ଲୋକପ୍ରିୟ ନେତାର ମାନ୍ୟତା ଦିଆଯାଇଛି

ଆଜିର ଟ୍ରେଣ୍ଡ କୁ ଫଲୋ କରିବା ସହ ଆଜି ନିଜେ ଏକ ଟ୍ରେଂଡିଙ୍ଗ ଚରିତ୍ର ପାଲଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଆମେରିକାର ଏକ ସଂସ୍ଥା ମର୍ନିଂ କନ୍ସଲ୍ଟ ପକ୍ଷରୁ କରାଯାଇଥିବା ‘ଗ୍ଲୋବାଲ ଲିଡର ଆପ୍ରଭାଲ ରେଟିଂ ଟ୍ରାକର’ ସର୍ଭେ କରାଯାଇଥିଲା । ସେହି ସର୍ଭେର ରିପୋର୍ଟ ଅନୁଯାୟୀ, ନରେନ୍ଦ୍ର ମୋଦୀଙ୍କୁ ବିଶ୍ୱର ସବୁଠୁ ଲୋକପ୍ରିୟ ନେତାର ମାନ୍ୟତା ଦିଆଯାଇଛି । ୭୬ ପ୍ରତିଶତ ଭାରତୀୟ ମୋଦୀଙ୍କ ନେତୃତ୍ବକୁ ପସନ୍ଦ କରୁଥିବାବେଳେ ୧୮ ପ୍ରତିଶତ ତାଙ୍କୁ ନାପସନ୍ଦ କରୁଛନ୍ତି । ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ ଭବତାରେ ନରେନ୍ଦ୍ର ମୋଦୀଙ୍କ କେତେ ପପୁଲାରିଟି ରହିଛି । ଏହାସହ ଅବଶିଷ୍ଟ ୬ ପ୍ରତିଶତ ଭାରତୀୟ ଏ ପ୍ରସଙ୍ଗରେ କୌଣସି ମତାମତ ଦେଇନାହାନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କ୍ରମାଗତ ଭାବରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି, କାରଣ ସେ ମଧ୍ୟ ମର୍ନିଂ କନ୍ସଲ୍ଟର ସେପ୍ଟେମ୍ବର ସର୍ଭେରେ 76 ପ୍ରତିଶତ ଅନୁମୋଦନ ମୂଲ୍ୟାୟନ ପାଇଛନ୍ତି। ପୂର୍ବ ମୂଲ୍ୟାୟନରେ ମଧ୍ୟ ପିଏମ ମୋଦୀ ର଼୍ୟାଙ୍କିଙ୍ଗରେ ଶୀର୍ଷରେ ରହିଥିଲେ । ମୋଦୀଙ୍କ ପରେ ଏହି ପ୍ରସଙ୍ଗରେ ମେକ୍ସିକୋ ରାଷ୍ଟ୍ରପତି ଆଦ୍ରେସ ମାନୁଏଲ ଓବ୍ରାଡର ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଓବ୍ରାଡରଙ୍କୁ 22 ପ୍ରତିଶତ ଜନସମର୍ଥନ ଦ୍ଵିତୀୟ ସ୍ଥାନରେ ପହଞ୍ଚାଇଛନ୍ତି । ତାଙ୍କ ପରେ ପରେ ସ୍ଵିଜରଲାଣ୍ଡ ରାଷ୍ଟ୍ରପତି ଆଲେନ ବର୍ସେଟ୍ ୫୮ ପ୍ରତିଶତ ଶତ ଭୋଟ୍ ପାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଏହି କ୍ରମରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ୩୭ ପ୍ରତିଶତ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡୁଙ୍କୁ ୩୧ ପ୍ରତିଶତ, ବ୍ରିଟେ ନ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ଙ୍କୁ ୨୫ ପ୍ରତିଶତ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ପତି ଇମାନୁଏଲ ମାକ୍ରନ୍‌ଙ୍କୁ ୨୪ ପ୍ରତିଶତ ଭୋଟ୍‌ ମିଳିଛି । ତେବେ ନିକଟରେ ହୋଇଥିବା ସଦ୍ୟ ସମାପ୍ତ ପାଞ୍ଚ ବିଧାନସନ ସଭା ନିର୍ବାଚନ ମଧ୍ୟରୁ ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ତିନିଟି ରାଜ୍ୟ ଯଥା ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ବିପୁଳ ବିଜୟ ହାସଲ କରିଛି । ଏହାସହ ମୋଦୀଙ୍କ ଲୋକପ୍ରିୟତା ଆହୁରି ବଢ଼ିବାରେ ଲାଗିଛି ।

Related Articles

Back to top button