
ନର୍ମଦା ନଦୀକୁ ପଡିଲା ବସ: ମୃତ୍ୟୁ ସଂଖ୍ୟା ୧୩, ଉଦ୍ଧାର ହେଲେ ୧୫
ଧାର୍ : ମଧ୍ୟପ୍ରଦେଶର ଧାର୍ ଜିଲାର ଖଲଘାଟରେ ଆଜି ଏକ ବଡ ଅଘଟଣ ଘଟିଛି। ନର୍ମଦା ନଦୀକୁ ବସ୍ ଖସିବା ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଏଯାଏଁ ନଦୀରୁ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାସହ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ସେହିପରି ୨୫ ରୁ ୨୭ ଜଣ ଏବେ ମଧ୍ୟ ନିଖୋଜ ରହିଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସକାଳ ୧୦ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ବସଟିକୁ କ୍ରେନ ମାଧ୍ୟମରେ ନଦୀରୁ ବାହାର କରାଯାଇଛି। ରାସ୍ତା କଡରେ ଯାଉଥିବା ଏକ ଗାଡିକୁ ଦୁର୍ଘଟଣାରୁ ରକ୍ଷା କରିବାକୁ ଯାଇ ବସଟି ଅନିୟନ୍ତ୍ରିତ ହୋଇ ପୋଲର ବାଡ ଭାଙ୍ଗି ୨୫ ଫୁଟ ତଳକୁ ଖସି ପଡିଥିଲା। ବସରେ ପ୍ରାୟ ୫୫ରୁ ଅଧିକ ଯାତ୍ରୀ ଥିଲେ।