ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ହେବ ନାହିଁ ବନ୍ଦ
ମେଡିକାଲ ପରୀକ୍ଷାକୁ ନେଇ ବିବାଦ ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ଆଜି ସ୍ପଷ୍ଟ କରିଛନ୍ତି ଯେ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା, ‘ନିଟ୍’କୁ ବନ୍ଦ କରି ରାଜ୍ୟସ୍ତରୀୟ ପ୍ରବେଶିକା ପରୀକ୍ଷା କରିବା ପାଇଁ କୌଣସି ପ୍ରସ୍ତାବ ନାହିଁ। ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁକାନ୍ତ ମଜୁମଦାର ଏହି ସୂଚନା ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଜାତୀୟ ଯୋଗ୍ୟତା ପରୀକ୍ଷା (ନେଟ୍) ସମ୍ପର୍କରେ ସେ କହିଛନ୍ତି ଯେ ଚଳିତ ବର୍ଷ ଜୁନ୍ ମାସରେ ଅନୁଷ୍ଠିତ ପରୀକ୍ଷାକୁ ବାତିଲ କରାଯାଇଛି। ଏବେ ଏହି ପରୀକ୍ଷା ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ କମ୍ପ୍ୟୁଟର ଭିତ୍ତିକ ହେବ ବୋଲି ଶ୍ରୀ ମଜୁମଦାର କହିଛନ୍ତି।