ଜଳୁଛି ଓଡ଼ିଶା : ୪୧ ଡ଼ିଗ୍ରୀ ଉପରେ ୬ ସହରର ତାପମାତ୍ରା

ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। କେବଳ ଦିନରେ ନୁହେଁ ରାତିରେ ମଧ୍ୟ ତାତିର ତାଉ ଜାରି ରହିଛି। ଫଳରେ ଲୋକେ ଗରମ ଗୁଳୁଗୁଳିରେ ଦିନ ରାତି କଲବଲ ହେଉଛନ୍ତି। ବୁଧବାର ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଥିବା ବେଳେ ୬ ସହରରେ ତାପମାତ୍ରା ୪୧ ଡିଗ୍ରୀ ଅତିକ୍ରମ କରିଛି। ୪୧.୮ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି।ସେହିପରି ବୁଧବାର ମାଲକାନଗିରିରେ ୪୧.୬ ଡ଼ିଗ୍ରୀ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡରେ ୪୧.୫ ଡ଼ିଗ୍ରୀ, ବଲାଙ୍ଗୀରରେ ୪୧.୫ ଡ଼ିଗ୍ରୀ, ଅନୁଗୁଳରେ ୪୧.୩ ଡ଼ିଗ୍ରୀ ଏବଂ ଭବାନୀପାଟଣାରେ ୪୧ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହି ସହର ବ୍ୟତୀତ ଝାରସୁଗୁଡାରେ ୪୦.୮ ଡ଼ିଗ୍ରୀ , ନୟାଗଡରେ ୪୦.୬ ଡ଼ିଗ୍ରୀ, ସମ୍ବଲପୁରରେ ୪୦.୪ ଡ଼ିଗ୍ରୀ, ତାଳଚେରରେ ୪୦.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୬ ତାରିଖ ସୁଦ୍ଧା ରାଜ୍ୟର ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ହେବ । ଏପରି ହେଲେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪୨ ଡିଗ୍ରୀ ଟପିପାରେ ବୋଲି ପାଣିପାଗ ବିଭାଗ କହିଛି।କ୍ଳାଇମେଟ (ସିଇସି) ପକ୍ଷରୁ ମଙ୍ଗଳବାର କୁହାଯାଇଥିଲା । ସିଇସିର ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ବଙ୍ଗୋପସାଗର ଆଡୁ ରାଜ୍ୟ ମଧ୍ୟକୁ ପବନ ପ୍ରବାହିତ ନ ହେବା ଓ କମ୍‌‌ ଆର୍ଦ୍ରତା ଦିନର ତାପମାତ୍ରାକୁ ବୃଦ୍ଧି କରିବାରେ ସାହାଯ୍ୟ କରୁଛି। ଏପ୍ରିଲ ୭ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୪୦ ରୁ ୪୨ ଡିଗ୍ରୀ ସେଲସିୟସ୍‌‌ ରହିବାର ସମ୍ଭାବନା ଥିବାବେଳେ ଉପକୂଳ ଓଡ଼ିଶାରେ ଏହା ୩୭ ରୁ ୩୯ ଡିଗ୍ରୀ ସେଲସିୟସ୍‌‌ ରହିବ। ଏପ୍ରିଲ ୭ ଅପରାହ୍ନ ବା ରାତ୍ରିରେ ବଜ୍ରପାତ ସହ ଝଡବର୍ଷାର ସମ୍ଭାବନା ଥିବାରୁ ଏପ୍ରିଲ ୮ ରୁ ୧୦ ପର୍ଯ୍ୟନ୍ତ ଏହା ଦିନର ତାପମାତ୍ରାକୁ କମାଇ ଦେଇପାରେ। ଏହି ସମୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ସେଲ୍‌ଫସିୟସ୍‌‌ରୁ କମ୍‌‌ ରହିବ। ଦିନର ତାପମାତ୍ରା ଏପ୍ରିଲ ୧୧ରୁ ପୁଣି ବୃଦ୍ଧି ପାଇପାରେ ବୋଲି ଡଃ ସାହୁ କହିଛନ୍ତି।

Related Articles

Back to top button