ପାରମ୍ପରିକ ହସ୍ତତନ୍ତ ବୁଣା ଶୈଳୀକୁ ସଂରକ୍ଷଣ କରିବା ପାଇଁ ପାଳିତ ହୋଇଛି ଜାତୀୟ ହସ୍ତତନ୍ତ ଦିବସ

ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି , ହସ୍ତକଳା ତାର ପାରମ୍ପରିକ ପରିଚୟକୁ ବହନ କରିଥାଏ । ବୁଣାକାର ଓ କାରିଗରମାନେ ନିଜର କଳାକୁ ଅତି ନିଖୁଣ ଭାବରେ ହସ୍ତତନ୍ତ ମାଧ୍ୟମରେ ପ୍ରତିଫଳିତ କରିଥାନ୍ତି । ଯାହା ପୁରଠୁ ପଲ୍ଲୀ, ଦେଶଠୁ ବିଦେଶ ସବୁଠି ବେଶ ପରିଚିତ । ହସ୍ତତନ୍ତ ମାଧ୍ୟମରେ ତିଆରି ହୋଇଥିବା ସବୁ ସାମଗ୍ରୀ ମନଲୋଭା ଓ ଖୁବ ଆକର୍ଷଣୀୟ । କିନ୍ତୁ ଏହା ଏବେ ଲୋପ ପାଇବାକୁ ବସିଲାଣି । ଲୋକମାନେ ଆଧୁନିକ ପଛରେ ଧାଇଁ ନିଜର ହସ୍ତତନ୍ତକୁ ଭୁଲିଗଲେଣି । ସେଥିପାଇଁ ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ “ଜାତୀୟ ହସ୍ତତନ୍ତ ଦିବସ” ଭାବେ ପାଳନ କରାଯାଉଛି ।

ପାରମ୍ପରିକ ହସ୍ତତନ୍ତ ବୁଣା ଶୈଳୀକୁ ସଂରକ୍ଷଣ କରିବା, ପରିବେଶ ଅନୁକୂଳ ଫ୍ୟାଶନକୁ ପ୍ରୋତ୍ସାହିତ କରିବା ଏବଂ ଓଡ଼ିଶାର ବୁଣାକାର ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ଆଜିର ଦିନ ପାଳନ କରାଯାଏ । ବୁଣାକାରମାନଙ୍କ ପରିଶ୍ରମ ଓ ସେମାନଙ୍କ କାରିଗରୀକୁ ଦେଶ ବିଦେଶରେ ପ୍ରଚାରକରାଇବା ଆଜି ଦିନର ମୁଖ୍ୟ ଉଦ୍ଦେଶ୍ୟ । ଓଡିଶାର ହସ୍ତତନ୍ତ ଶିଳ୍ପର କାରିଗର ଓ ସେମାନଙ୍କ କଳାକୁ ସମ୍ମାନିତ କରିବା ।

Related Articles

Back to top button