
ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡରେ ବଡ଼ ଧରଣର ଅଦଳବଦଳ
ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ କେନ୍ଦ୍ର ସରକାରଙ୍କ ଘନ ଘନ ରଣନୈତିକ ବୈଠକ ମଧ୍ୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡରେ ବଡ଼ ଧରଣର ଅଦଳବଦଳ ହୋଇଛି। ସରକାରଙ୍କ ଦ୍ୱାରା ପୁନର୍ଗଠିତ ଏନଏସଏବିରେ ସାତ ଜଣ ସଦସ୍ୟ ରହିବେ। ବୋର୍ଡରେ ତିନି ବାହିନୀର ଅବସରପ୍ରାପ୍ତ ଅଧିକାରୀ ରହିବେ। ପୂର୍ବତନ ‘ର’ ମୁଖ୍ୟ ଆଲୋକ ଜୋଶୀଙ୍କୁ ବୋର୍ଡ଼ର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି ସରକାର। ବୋର୍ଡରେ ପୂର୍ବତନ ପଶ୍ଚିମ ଏୟାର କମାଣ୍ଡର ଏୟାର ମାର୍ଶଲ ପିଏମ୍ ସିହ୍ନା, ପୂର୍ବତନ ଦକ୍ଷିଣ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଏକେ ସିଂହ ଏବଂ ସାମରିକ ସେବାରୁ ଅବସରପ୍ରାପ୍ତ ଅଧିକାରୀ ରିଅର ଆଡମିରାଲ ମୋଣ୍ଟି ଖାନ୍ନା ମଧ୍ୟ ସାମିଲ ଅଛନ୍ତି। ଭାରତୀୟ ପୁଲିସ ସେବାରୁ ଅବସରପ୍ରାପ୍ତ ଦୁଇ ସଦସ୍ୟ ରାଜୀବ ରଞ୍ଜନ ବର୍ମା ଏବଂ ମନମୋହନ ସିଂହ ମଧ୍ୟ ବୋର୍ଡରେ ଅଛନ୍ତି। ଏହି ସାତ ଜଣିଆ ବୋର୍ଡରେ ଅବସରପ୍ରାପ୍ତ ଆଇଏଫଏସ ବି. ଭେଙ୍କଟେଶ ବର୍ମା ମଧ୍ୟ ସାମିଲ ଅଛନ୍ତି।