ଜାନୁଆରୀ ୧୨ରେ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନ ଅବସରରେ ପାଳନ ହୁଏ ଜାତୀୟ ଯୁବ ଦିବସ

ଆଜି ହେଉଛି ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନ ଅବସରକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ  । ୧୯୮୪ରେ ଭାରତ ସରକାର ଏହି ଦିନକୁ ଜାତୀୟ ଯୁବ ଦିବସ ଭାବରେ ଘୋଷଣା କରିଥିଲେ  ।ଏବଂ ୧୯୮୫ ପରଠାରୁ ପ୍ରତିବର୍ଷ ଭାରତରେ ଏହି ଦିବସ ପାଳନ କରାଯାଉଛି।

୧୮୬୩ ମସିହା ଜାନୁୟାରୀ ୧୨ରେ ସ୍ବାମୀ ବିବେକାନନ୍ଦ କୋଲକାତାଠାରେ ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ପାର୍ଥିବ ପ୍ରଗତି ଓ ଭାରତୀୟ ଆଧ୍ୟାତ୍ମିକତା ପରସ୍ପର ପରିପୂରକ ବୋଲି ସେ ସମଗ୍ର ବିଶ୍ବବାସୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଭାରତରେ ହିନ୍ଦୁସଂସ୍କାର ଅଭିଯାନରେ ମଧ୍ୟ ସ୍ବାମୀ ବିବେକାନନ୍ଦ ପ୍ରମୁଖ ଶକ୍ତି ସାଜିଥିଲେ।

୧୮୯୩ମସିହାରେ ଚିକାଗୋରେ ଆୟୋଜିତ ବିଶ୍ବ ଧାର୍ମିକ ସଂସଦରେ ତାଙ୍କ ଭାଷଣ ଆରମ୍ଭରେ ସେ ‘ଆମେରିକା ଭଉଣୀ ଓ ଭାଇମାନେ..’ ସମ୍ବୋଧନ କରିଥିଲେ। ୧୯୦୨ ଜୁଲାଇ ୪ରେ କୋଲକାତାର ବେଲୁନ ମଠ ଠାରେ ମହାନ୍ ମନୀଷୀ ସ୍ବାମୀ ବିବେକାନନ୍ଦଙ୍କର ପରଲୋକ ହୋଇଥିଲା।

Related Articles

Back to top button